କେନ୍ଦୁଝର: କେନ୍ଦୁଝର ସଦର ଥାନା ନୂଆଗାଁ ପଞ୍ଚାୟତ ଗୋହାଲି ଗାଁ ରାସ୍ତାକଡରୁ ଆଜି ଜଣେ ଅଜଣା ବୃଦ୍ଧାଙ୍କ ଶବକୁ ପୁଲିସ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ରଖିଛି। ଆଜି ସକାଳେ ବୃଦ୍ଧାଙ୍କ ଶବ ରାସ୍ତାକଡରେ ପଡିଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଗାଁ ଲୋକଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ବୃଦ୍ଧା ଜଣକ ତାଙ୍କ ଗାଁକୁ ଆସିନଥିଲେ। ଶବ ନିକଟରେ ଗୋଟିଏ ଛିଣ୍ଡା କନ୍ଥା ଏବଂ ଗୋଟିଏ ଛିଣ୍ଡା ଶାଢୀ ପଡିଥିଲା। ପ୍ରବଳ ଶୀତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us