ବନ ବିଭାଗର ଗାଡି ଦୁର୍ଘଟଣାଗ୍ରସ୍ତ, ୭ କର୍ମଚାରୀ ଆହତ

ବନ ବିଭାଗର ଗାଡି ଦୁର୍ଘଟଣାଗ୍ରସ୍ତ, ୭ କର୍ମଚାରୀ ଆହତ

ତେଲକୋଇ: ଆଜି ସକାଳେ ତେଲକୋଇ ବନ ବିଭାଗର ହାତୀ ସ୍କ୍ୱାର୍ଡ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୭ଜଣ ବନ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ଗତକାଲି ରାତିରେ ଓଡି ୧୯ ଆର୍ ୯୩୭୬ ନମ୍ବର ବୋଲେରୋ ଗାଡ଼ିରେ ହାତୀ ଘଉଡ଼ାଇବା ସହ ହାତୀମାନଙ୍କ ଗତିବିଧି ଅନୁଧ୍ୟାନ ପାଇଁ କର୍ମଚାରୀମାନେ ଵନ୍ଧନଝରୀ ଅଞ୍ଚଳକୁ ଯାଇଥିଲେ। ଫେରିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଆକୁଳ-ତେଲକୋଇ ରାସ୍ତାର ବାଲେଶ୍ଵର ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବରେ ଏକ ଗଛରେ ଧକ୍କା ଦେଇଥିଲା।

ଫଳରେ ଗାଡ଼ିରେ ଥିବା ଫରେଷ୍ଟ ଗାର୍ଡ ଜୟକୃଷ୍ଣ ଦାସ(୪୯), ହାତୀ ସ୍କ୍ୱାର୍ଡ କର୍ମଚାରୀ କାର୍ତ୍ତିକ ଫୂଦକାର(୪୦), ଦୋଳଗୋବିନ୍ଦ ମୁଣ୍ଡା (୩୫), କ୍ଷୀରୋଦ କୁମାର ନାୟକ (୨୮),ଆନନ୍ଦ ପ୍ରଧାନ (୨୮),ଡିଲେଶ୍ଵର ମୁଠି(୨୫), ଗାଡି ଡ୍ରାଇଭର ପ୍ରଶାନ୍ତ କୁମାର ସାହୁ (୨୪) ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ତେଲକୋଇ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି।

publive-image

ଫରେଷ୍ଟ ଗାର୍ଡ ଶ୍ରୀ ଦାସଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି। ତେବେ ସମସ୍ତ ଆହତ ଘରକୁ ଫେରି ଯାଇଛନ୍ତି। ଏନେଇ ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ ଡ଼୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe