କେନ୍ଦୁପଶି ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ

Advertisment
କେନ୍ଦୁପଶି ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ

ପଦ୍ମପୁର: କେନ୍ଦୁଝର ସଦର ବ୍ଲକ୍‌ କେନ୍ଦୁପଶି ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ପାଣି ପାଇଁ ୪୦ ପରିବାରର ଦୁଇଶହ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସାହିରେ ତିନିଟି ନଳକୂପ ଅଛି। ସେଥିରୁ ଠିକ୍‌ ଭାବେ ପାଣି ବାହାରୁ ନଥିବା ଲୋକେ ଅଭିଯୋଗ ‌କରିଛନ୍ତି। ଅନ୍ୟପକ୍ଷରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ କୂଅ, ପୋଖରୀ ଶୁଖି ଯାଇଥିବାରୁ ଲୋକେ ସ୍ନାନଶୌଚ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗାଁକୁ ପାଇପ୍‌ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଟ୍ୟାପ୍‌ରେ ପାଣି ଆସୁନି।

ତୁରନ୍ତ ସାହିରେ ଏକ ନୂତନ ନଳକୂପ ଖନନ ପାଇଁ ୱାର୍ଡମେମ୍ବର ଦୁର୍ଯ୍ୟୋଧନ ପାତ୍ର, ପ୍ରତାପ ପାତ୍ର, ଦିଲୀପ କୁମାର ପାତ୍ର, ହରେକୃଷ୍ଣ ପାତ୍ର, ପ୍ରଶାନ୍ତ ପାତ୍ର, ଯଶୋବନ୍ତ ପାତ୍ର, ଭକ୍ତବନ୍ଧୁ ପାତ୍ର, ଅଭିମନ୍ୟୁ ପାତ୍ର, ପରମେଶ୍ବର ଦାସ, ଭୀମସେନ ପାତ୍ର, ପ୍ରଦୀପ ପାତ୍ର, ଜଗନ୍ନାଥ ପାତ୍ର, ପଦ୍ମଲୋଚନ ପାତ୍ର, ସନାତନ ପାତ୍ର ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe