ଆନନ୍ଦପୁର : ଘସିପୁରା ବ୍ଲକ୍ ମଦନପୁର ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚିନ୍ମୟୀ ଜେନା (୨୮)। ଗ୍ରାମର କୃଷ୍ଣଚନ୍ଦ୍ର ଜେନାଙ୍କ ପତ୍ନୀ ଚିନ୍ମୟୀ ଆଜି ସକାଳେ ହଠାତ୍ ଅସୁସ୍ଥ ହୋଇ ବାନ୍ତି କରିବାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘସିପୁରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇଛି। ଚାରିବର୍ଷ ତଳେ କୃଷ୍ଣଚନ୍ଦ୍ର ସ୍ଥାନୀୟ କାଠପାଳ ଗ୍ରାମର ଚିନ୍ମୟୀଙ୍କୁ ବିବାହ କରିଥିବାବେଳେ ତାଙ୍କର ଦୁଇଟି ଛୁଆ ଅଛନ୍ତି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ଏସ୍ଆଇ ମାନସ ରଞ୍ଜନ ପଣ୍ଡା କହିଛନ୍ତି।
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
Advertisment
Follow Us