ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

Advertisment
ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଯୋଡ଼ା: ଯୋଡ଼‌ା ଥାନା ଅନ୍ତର୍ଗତ କୋହ୍ଲହୁଣ୍ତୁଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଚମ୍ପା ମୁଣ୍ତା (୨୬)। ପୁଲିସ ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଘରେ କାମ କରୁଥିବା ବେଳେ ଚମ୍ପାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିଥିଲା। ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଘରେ ଝଡ଼ାଫୁଙ୍କା କରାଯାଉଥିଲା। ଗତକାଲି ଚମ୍ପାଙ୍କ ମୃତ୍ୟୁ ଘଟିଛି। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବଡ଼ବିଲ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe