ଯୋଡ଼ା: ଯୋଡ଼ା ସହରର ଏନ୍ଏସି ଗେଟ ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ସୁବାସିନୀ ଦାସ (୪୨)। ସେ ଶାସ୍ତ୍ରୀନଗରରେ ରହୁଥିଲେ। ସୁବାସିନୀ ଗତକାଲି ସନ୍ଧ୍ୟାରେ ନିକଟସ୍ଥ ଦୋକାନକୁ ଯାଇଥିଲେ। ରାସ୍ତା ଅତିକ୍ରମ କରିବା ସମୟରେ ଏକ ବାଇକ୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୁବାସିନୀଙ୍କ ସ୍ୱାମୀ ବାବୁଲା ସାହୁ ବହୁଦିନରୁ ପକ୍ଷାଘାତ ରୋଗରେ ପୀଡ଼ିତ। ଘରେ ୨୫ ବର୍ଷର ଝିଅ ଓ ୨୩ ବର୍ଷର ପୁଅ ଅଛନ୍ତି। ସୁବାସିନୀଙ୍କ ବିୟୋଗରେ ସମ୍ପୂର୍ଣ୍ଣ ପରିବାର ଅସହାୟ ହୋଇ ପଡ଼ିଛନ୍ତି। ଯୋଡ଼ା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ବେପରୁଆ ବାଇକ୍ ଚାଳକଙ୍କ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
Follow Us