କେନ୍ଦୁଝର: କାଜୁବାଦାମ ଗଛରେ ଝୁଲୁଛି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମହିଳାଙ୍କ ଶବ

Advertisment
କେନ୍ଦୁଝର: କାଜୁବାଦାମ ଗଛରେ ଝୁଲୁଛି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମହିଳାଙ୍କ ଶବ

ହରିଚନ୍ଦନପୁର: ଶୁକ୍ରବାର ସକାଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଝାଡ଼ପୋଖରୀ ଗ୍ରାମର ପ୍ରାୟ ୧ କିଲୋମିଟର ଦୂରରେ ଥିବା ଗୋଟାଏ କାଜୁବଣରେ ଜଣେ ମହିଳାଙ୍କ ଶବ ଝୁଲୁଥିବା ଦେଖାଯାଇଛି।

ମୃତ ମହିଳାଜଣକ ଝାଡ଼ପୋଖରୀ ଗ୍ରାମର ୨୪ ବର୍ଷୀୟ ମଙ୍ଗୁଳୀ ବେହେରା। ପ୍ରାୟ ପାଞ୍ଚ ବର୍ଷ ତଳେ ସେ ଘଟଗାଁ ଥାନା କଟରାବେଡ଼ା ଗାଁ‘ର ସୋରେନ୍‌ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ, କୌଣସି କାରଣରୁ ସେ ୩ ବର୍ଷ ହେବ ଶାଶୂଘରୁ ଚାଲି ଆସି ବାପଘରେ ରହୁଥିଲେ। କୋର୍ଟରେ ତାଙ୍କର ଛାଡ଼ପତ୍ର ମାମଲା ଚାଲିଛି।

ଗୁରୁବାର ଦିନ ତାଙ୍କ ବାପା ଅନ୍ୟ ଝିଅଘରକୁ ଯାଇଥିଲେ। ଘରେ ସେ ଓ ତାଙ୍କର ଜଣେ କଥା କହି ନ ପାରୁ ଥିବା ଭିନ୍ନକ୍ଷମ ନାନୀ ଥିଲେ। ରାତିରେ କେହି ମଙ୍ଗୁଳୀଙ୍କୁ ଘରୁ ଡାକି ନେଇ କାଜୁ ବଣରେ ତାଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କରି ପିନ୍ଧା ଶାଢ଼ିରେ ଫାଶୀ ଲଗାଇ କାଜୁ ଡାଳରେ ଓହଳାଇ ଦେଇଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ସନ୍ଦେହ କରାଯାଉଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe