ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ନିଶ୍ଚିନପୁରରୁ ୪୦ଖଣ୍ଡ ପିଆଶାଳ ପଟ୍ଟାଭର୍ତ୍ତି ମହିନ୍ଦ୍ରା ଭ୍ୟାନ୍ କୁ ଜବତ କରିଛି ବନ ବିଭାଗ। ଚୋରା ପିଆଶାଳ କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ କର୍ମଚାରୀ ଗାଡିକୁ ପିଛା କରିଥିଲେ। ଏହି ଗାଡିକୁ ପାଟଣା ରେଞ୍ଜ ନିଶ୍ଚିନ୍ତପୁର କାଜୁ ଜଙ୍ଗଲ ନିକଟରେ ଧରିବାରେ ସକ୍ଷମ ହୋଇଥିଲେ। ପିଆଶାଳ କାଠଭର୍ତ୍ତି ଗାଡିକୁ ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା। ତେବେ କାଠ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ରେଞ୍ଜର ପବିତ୍ର ମୋହନ ନାୟକ ପ୍ରକାଶ କରିଛନ୍ତି। ଏହି ଚଢ଼ାଉରେ ସାହାରପଡା ବନପାଳ ସୁନୀତା ବାଘେଲ, କୁନ୍ତଳା ମହାନ୍ତ, ନିରୁପମା ମହାକୁଡ଼, ଫରେଷ୍ଟ ଗ୍ରାର୍ଡ, ପାରାଷ୍ଟାଫ୍ ସାମିଲ ଥିଲେ।
୪୦ଖଣ୍ଡ ପିଆଶାଳ ପଟା ସହ ମହିନ୍ଦ୍ରା ଭ୍ୟାନ୍ ଜବତ
Advertisment
Follow Us