ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛିl ମୃତକ ହେଉଛନ୍ତି ସୋସ ଥାନା ଅଧୀନ ସରଳାପଶି ଗାଁର ଅଭି ମୁଣ୍ଡା(୨୮)।
ସୂଚନା ଅନୁଯାଇ କଏଦୀ ଜଣକ ସକାଳୁ ବାନ୍ତିକରି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଭି ସକାଳୁ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ଅଣାଯାଇଥିଲା ବୋଲି ଆସିଷ୍ଟାଣ୍ଟ ଜେଲର ସୁଶୀଲ କୁମାର ମୁଣ୍ଡା ଗଣମାଧ୍ୟମକୁ କହିଛନ୍ତି l ମୃତ ଅଭି ଏକ ହତ୍ୟା ମାମଲାରେ ଗତ ଏକ ବର୍ଷ ହେଲା ବିଚାର ବିଭାଗୀୟ ହାଜତରେ ଥିଲେ l
Keonjhar
Follow Us