ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

Advertisment
ଜଙ୍ଗଲ ଦେଇ ଗାଁକୁ ଫେରୁଥିବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲ ପୁରୁଷୋତ୍ତମପୁର ଗ୍ରାମର ଚାରିକଣିଆ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆକୁଳ ପଞ୍ଚାୟତ ଅନ୍ତର୍ଗତ ମଲଣ୍ଡା ଗ୍ରାମର ମଦନ ନାୟକ(୩୮)।

ଆଜି ସକାଳ ୮ଟା ବେଳେ ତିନି ଜଣ ଯୁବକ ଏକ ବାଇକରେ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ସେମାନଙ୍କ ଭିତରୁ ମଦନ ନାୟକଙ୍କୁ ହାତୀ ଶୁଣ୍ଢରେ ଟାଣି ନେଇ ତାକୁ ବୀଭତ୍ସ ଭାବେ କଚାଡ଼ି ମାରି ଦେଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe