ଅଜଣା ଗାଡ଼ି ଚାପାରେ ଯୁବକ ମୃତ

ଅଜଣା ଗାଡ଼ି ଚାପାରେ ଯୁବକ ମୃତ

ତେଲକୋଇ: ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡ଼ି ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦୁଝର ଜିଲ୍ଲା ଜନାର୍ଦ୍ଦନପୁର ଗାଁର ଶ୍ରୀକାନ୍ତ ଦେହୁରୀଙ୍କ ପୁଅ ବାବୁଲି ଦେହୁରୀ । ଜଗମୋହନପୁର ଗାଁରେ ବିଶିରି ଓଷା ଚାଲିଥିବା ବେଳେ ଜଗମୋହନପୁର ଗାଁକୁ ଆସିଥିଲେ।

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଚୋରା ବାଲି ବୋଝେଇ ଗାଡ଼ି ବାବୁଲିଙ୍କୁ ଚାପି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି। ଫଳରେ ବାବୁଲିଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ତେଲକୋଇ ମେଡିକାଲକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe