ହାଇୱା ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

Advertisment
ବାଇକକୁ ଧକ୍କା ଦେଲା କାର୍, ଚାଲିଗଲା ମହିଳାଙ୍କ ଜୀବନ

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଶାଳଣିଆ ପଞ୍ଚାୟତ ସୋଲାପଟା ଗ୍ରାମର ବଟକୃଷ୍ଣ ଜେନାଙ୍କ ପୁଅ ସମର କେଶରୀ ଜେନା (୩୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍‌ଣ ୩ଟାବେଳେ ସେ ଘରୁ ଭଦ୍ରକ ଯାଉଥିଲେ। ଆନନ୍ଦପୁର-ଭଦ୍ରକ ରାସ୍ତାର ତିରିକଣାଛକ ନିକଟରେ ଏକ ବାଲି ବୋଝେଇ ହାଇୱା ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଘଟାଇଥିବା ହାଇୱାକୁ ସ୍ଥାନୀୟ ଲୋକେ ଅଟକାଇ ପୁଲିସ ଜିମା ଦେଇଥିଲେ। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସମର ତିନିମାସ ତଳେ ବିବାହ କରିଥିଲେ। ତାଙ୍କ ମୃତ୍ୟୁରେ ଶାଳଣିଆ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe