ବୈତରଣୀ ନଦୀର ଗିରିଗାଁ ଘାଟରେ ବୁଡ଼ିଯାଇ ଯୁବକ ନିଖୋଜ

Advertisment
ବୈତରଣୀ ନଦୀର ଗିରିଗାଁ ଘାଟରେ ବୁଡ଼ିଯାଇ ଯୁବକ ନିଖୋଜ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାତଡ଼ିହି ବ୍ଲକ ଗିରିଗାଁ ବୈତରଣୀ ନଦୀର ବାଲିଘାଟରେ ଘଟିଛି ଅଘଟଣ। ଆଜି ସକାଳୁ ସକାଳୁ ୩ଜଣ ବ୍ୟକ୍ତି ଘୁଷୁରୀ ଗୋଠ ଧରି ଗିରିଗାଁ ଘାଟ ଦେଇ ବାଲିବରୁଆଁ ଯାଉଥିବା ବେଳେ ଜଣେ ଯୁବକ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଛନ୍ତି।

ନିଖୋଜଙ୍କ ନାମ ଗୁରିଆ ଦାସ ଓ ତାଙ୍କ ଘର ଭଦ୍ରକ ଜିଲ୍ଲାର ବାଙ୍କତିରା ଗ୍ରାମର ବୋଲି ଜଣାଯାଇଛି। ଖବର ପ୍ରଚାରିତ ହେବା ପରେ ଶହଶହ ଲୋକଙ୍କ ଭିଡ଼ ଜମିଥିବା ବେଳେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe