ତୀରମାଡ଼ରେ ଯୁବକ ଗୁରୁତର

Advertisment
ତୀରମାଡ଼ରେ ଯୁବକ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ସୀମାନ୍ତ ମହୁଲଡ଼ିହା ଥାନା ବାଂଶପାଣି ଗ୍ରାମରେ ତୀର ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ଉତ୍କଳ କେଶରୀ ଦାସ (୨୭)। ଜମିବାଡ଼ି ବିବାଦକୁ ନେଇ ଉତ୍କଳଙ୍କୁ ତାଙ୍କ ଗ୍ରାମର ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଜଣାପଡିଛି। ଆଜି ସକାଳେ ଉତ୍କଳ ଘର ଆଗରେ ବାଇକ୍‌ରେ ବସିଥିବା ବେଳେ ତାଙ୍କ ପେଟରେ ତୀରମାଡ଼ ହେବାରୁ ସେ ତଳେ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ମହୁଲିଡ଼ିହା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe