odisha diary
କେନ୍ଦୁଝର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀଙ୍କ ୭ ମାସର ଦରମା ମିଳୁନାହିଁ। ଯେଉଁ ସଂସ୍ଥା ଏହାକୁ ଆଉଟ ସୋର୍ସିଂରେ ନେଇଛି, ଦରମା କଥା କହିଲେ ଧରାଛୁଆଁ ଦେଉନାହିଁ। ଫଳରେ ଅତି ସ୍ବଳ୍ପ ଦରମା ପାଉଥିବା ଏହି କର୍ମଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିନେଇ ବାରମ୍ବାର ଠିକାସଂସ୍ଥା ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳି ନ ଥିଲା। ଏଥିପାଇଁ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଧରଣାରେ ବସିଥିଲା। ଏହାପରେ ଜିଲ୍ଲା ଶିକ୍ଷାଧିକାରୀ ଗୌରୀ ନାୟକ ଆଲୋଚନା ପାଇଁ ଡାକିଥିଲେ। ଆସନ୍ତା ୨୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ବି ଏହି କର୍ମଚାରୀମାନେ ଧାରଣା ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନର ନେତୃତ୍ବ ନେଉଥିବା ଏଆଇସିଟିୟୁର ନେତା ମହେଶ୍ବର ସାହୁ କହିଛନ୍ତି, ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ବର୍ଷ ବର୍ଷ ଧରି ଦରମା ପାଉ ନାହାନ୍ତି। ଆଗାମୀ ଦିନରେ ଏହାକୁ ଜୋରଦାର ହେବ।
ପୂର୍ବରୁ ଜିଲ୍ଲାରେ ଥିବା ଆଦର୍ଶ ବିଦ୍ୟାଳୟଗୁଡ଼ିକର ଚତୁର୍ଥ ଶ୍ରେଣୀ ଠିକା କର୍ମଚାରୀମାନଙ୍କୁ ୨୦୧୭ ଅକ୍ଟୋବର ମାସଠାରୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଦରମା ଦିଆଯାଇ ନ ଥିଲା। ଏଥିପାଇଁ ସେମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବା ସହିତ ପ୍ରଶାସନକୁ ଅବଗତ କରାଇଥଲେ। ଏଥିନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପଇବା ପରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପତ୍ର ସଂଖ୍ୟା ୧୪୧୪ ଦ୍ୱାରା ସଂପୃକ୍ତ ଠିକାଦାର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ କରିଥିଲେ। ଏନେଇ ଜୁଲାଇ ୩ ତାରିଖରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା। ୨୦୧୭ ଅକ୍ଟୋବର ମାସଠାରୁ ୨୦୧୮ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବାକିଥିବା ୧୩ ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୭ ଜଣ ଠିକା କର୍ମଚାରୀଙ୍କ ୬ ମାସର ଦରମା ୧ ସପ୍ତାହ ମଧ୍ୟରେ ପ୍ରଦାନ ନିମନ୍ତେ ନିର୍ଦେଶ ଦିଆଯାଇଥିଲା। ଠିକା ଶ୍ରମିକ ଅଧିନିୟକ ଆଇନର ଧାରା ୨୧(୪) ନିୟମ ଅନୁଯାୟୀ ପ୍ରମୁଖ ନିଯୁକ୍ତିଦାତା ଭାବରେ କର୍ମଚାରୀମାନଙ୍କ ଆକାଉଣ୍ଟକୁ ଦରମା ଦେବା ନିମନ୍ତେ ନିର୍ଦେଶ ଦିଆଯାଇଥିଲା। ଏହାପରେ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ୬ ମାସର ଦରମା ମିଳିଥିଲା। ଗତ ୭ ମାସ ହେବ ପୁଣି ସମାନ ସ୍ଥିତି ସୃଷ୍ଟି ହୋଇଛି।
Follow Us