କେସିଙ୍ଗା ଏନ୍‌ଏସି ଇଓଙ୍କ ବଦଳି ଦାବିରେ ଗଣଧାରଣା: ଦାବି ପୂରଣ ନ ହେଲେ ୩୧ରେ କେସିଙ୍ଗା ବନ୍ଦ ଚେତାବନୀ

କେସିଙ୍ଗା ଏନ୍‌ଏସି ଇଓଙ୍କ ବଦଳି ଦାବିରେ ଗଣଧାରଣା: ଦାବି ପୂରଣ ନ ହେଲେ ୩୧ରେ କେସିଙ୍ଗା ବନ୍ଦ ଚେତାବନୀ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍‌ଏସି ନିର୍ବାହୀ ଅଧିକାରୀ (ଇଓ)ଙ୍କ ବଦଳି ଦାବିରେ କେସିଙ୍ଗା ଜନସାଧାରଣ ପକ୍ଷରୁ ଏନ୍‌ଏସି ଅଫିସ୍‌ ସମ୍ମୁଖରେ ସୋମବାର ଗଣଧାରାଣା ଦିଆଯାଇଛି। ସହରବାସୀ ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିରରୁ ଏକ ବାଇକ ରାଲିରେ ଏନ୍‌ଏସି ସମ୍ମୁଖକୁ ଆସି ଧାରଣାରେ ବସିଥିଲେ। ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ ହୋଇ ନିର୍ବାହୀ ଅଧିକାରୀଙ୍କ ମନମୁଖି ନୀତି, ​ସ୍ବେଚ୍ଛାଚାରୀ ଶାସନ ଓ ଦୁର୍ବ୍ୟବହାରକୁ ନିନ୍ଦା କରିଥିଲେ। ଲୋକେ ଅଭିଯୋଗ କରିବାକୁ ଆସିଲେ ସେ ଶୁଣନ୍ତି ନାହିଁ। ଲୋକଙ୍କ ଫୋନ୍‌ ବ୍ଲକ୍‌ କରି ଦିଅନ୍ତି। ଏମିତି କି କାଉନସିଲରଙ୍କୁ ବି ସେ ଦୁର୍ବ୍ୟବହାର କରିବାକୁ ପଛାନ୍ତି ନାହିଁ। ଏ ନେଇ ଅନେକ ଥର ଜନସାଧାରଣ ଓ କାଉନସିଲର ଜିଲ୍ଲାପାଳ ଓ ନଗର ଉନ୍ନୟନ ବିଭାଗରେ ଅଭିଯୋଗ କରିଛନ୍ତି। ମାତ୍ର କୌଣସି ପଦକ୍ଷେପ ନିଆ ନଯିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ମଙ୍ଗଳବାର ବି ଗଣଧାରଣା ଚାଲିବ। ଦାବି ପୂରଣ ନ ହେଲେ ବୁଧବାର କେସିଙ୍ଗା ବନ୍ଦ ଡାକରା ଦିଆ ହୋଇଛି। ସମସ୍ତ ଯାନବାହାନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

ଏହି ଆନ୍ଦୋଳନରେ ପୂର୍ବ ନଗରପାଳ ରାମ କୁମାର ଜୈନ, ସରିତା ସିନ୍ଦୁର, ଟାଉନ କଂଗ୍ରେସ ସଭାପତି ସୁବାସ ଜୈନ, ନଗର ବିଜେପି ସଭାପତି ମଗନ୍ ସିନ୍ଦୁର, ବଣିକ ସଙ୍ଘ ସଭାପତି ପିଣ୍ଟୁ ଶର୍ମା, ଉଠା ଦୋକାନୀ ସଙ୍ଘ, ପନିପରିବା ସଙ୍ଘ ସଭାପତି ସୁରେଶ ସାହୁ, ଯୁବନେତା ସିଲୁ ପରିଡ଼ା, ଟାଉନ ବିଜେଡି ସଭାପତି ରମେଶ ଚନ୍ଦ୍ର ପଟ୍ଟନାୟକ, ପୂର୍ବ କାଉନସିଲର ବିଜୟ ଦୀପ, ପୂର୍ବ ବିଜେପି ଟାଉନ ସଭାପତି ପ୍ରଶାନ୍ତ ବାନାର୍ଜୀ, ଆଇନଜୀବୀ ଚିତ୍ତ ରଞ୍ଜନ ଭୋଇ, ସାମ୍ବାଦିକ ସଙ୍ଘ କାର୍ଯ୍ୟକାରୀ ସଭାପତି ଦୟା ସୁନାନୀ, ବିନୋଦ ଜୈନ, ସାମ୍ବାଦିକ ଡମ୍ବରୁ ଭୋଇ, ମନୋଜ ସିଂ, ପୂର୍ବ କାଉନସିଲର ରଞ୍ଜନ ବେହେରା, କାଉନସିଲର ରମାକାନ୍ତ ଜେନା, ପ୍ରକାଶ ବନଛୋର, ଧରଣୀ ନାଏକ, ଶମ୍ଭୁ ବଗର୍ତ୍ତି, ହେମ ସୁନା, କବିତା ମାଝୀ ଓ ମଞ୍ଜୁଳା ସାହୁ, ଆଇନଜୀବୀ ସୌମ୍ୟ ମିଶ୍ର, ମୋତିଲାଲ ସାହୁ, ସୁରେଶ ମହାନନ୍ଦ, ସମିତି ସଭ୍ୟ ପ୍ରତାପ ବାଗ, ଅନୀଲ ଜୈନ, ଓକିଲ ସଙ୍ଘ ସମ୍ପାଦକ ଆଲୋକ ଦାସ, ସାମ୍ବାଦିକ ଗଜେନ୍ଦ୍ର ସାହୁ, ସମାଜସେବା ବଜରଙ୍ଗ ଜୈନ, ସଚିନ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe