ସେବାଶ୍ରମ ଛାତ୍ରୀ ମୃତ୍ୟୁ ଘଟଣା: ଖଡ଼ିଆଳ-ସିନାପାଲି ରାସ୍ତା ଅବରୋଧ

ସେବାଶ୍ରମ ଛାତ୍ରୀ ମୃତ୍ୟୁ ଘଟଣା: ଖଡ଼ିଆଳ-ସିନାପାଲି ରାସ୍ତା ଅବରୋଧ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ନେହେନା ଆଶ୍ରମ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରୀ ଶିବାନୀ ଭୋଇ (୮ବର୍ଷ)ଙ୍କ ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉପଯୁକ୍ତ ଚିକିତ୍ସା ଅଭାବରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରି ନେହେନା ଠାରେ ଖଡ଼ିଆଳ-ସିନାପାଲି ରାସ୍ତା ଅବରୋଧ କରିଥିଲେ।

publive-image

ଖଡ଼ିଆଳ ବ୍ଲକ୍‌ ରାଣୀମୁଣ୍ଡା ପଞ୍ଚାୟତ ମହୁଲକୋଟ ଗାଁର ଶିବାନୀ ନେହେନା ଆଶ୍ରମ ବିଦ୍ୟାଳୟର ହଷ୍ଟେଲରେ ରହି ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିଲେ। ତାକୁ ଅତ୍ୟଧିକ ଝାଡ଼ାବାନ୍ତି ହୋଇଥିଲା। ହେଲେ ଆଶ୍ରମ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଠିକ୍‌ ସମୟରେ ଚିକିତ୍ସା ନକରିବା ଦ୍ୱାରା ଝିଅର ମୃତ୍ୟୁ ହୋଇଥିବା ବାପା ଡିଙ୍ଗର ଭୋଇ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ଚାରି ଦଫା ଦାବି ନେଇ ପରିବାର ଲୋକ ରାସ୍ତାରୋକ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ ଚିକିତ୍ସାରେ ଅବହେଳା କରିଥିବା ପ୍ରଧାନ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର, ଜବରଦସ୍ତ ମୃତ ଝିଅର ଶବ ସତ୍କାରରେ ସହଯୋଗ କରିଥିବା ଶିକ୍ଷକଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ, ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ ଆଦି ଉଲ୍ଲେଖ ରହିଛି। ବିଡିଓ ନାରାୟଣ ସାହୁ, ଡବ୍ଲୁଇଓ କ୍ଷଣପ୍ରଭା ପାଣିଗ୍ରାହୀ, ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନରେ ନେହେନା ଗ୍ରାମର ମନୋଜ ସୁନାନୀ, ସୁବାସ ବଘେଲ ତଥା ଅନ୍ୟାନ୍ୟ ଗ୍ରାମବାସୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe