ଅପହଞ୍ଚ ଇଲାକାକୁ ଡଙ୍ଗାରେ ଗଲେ ଖଇରପୁଟ ବିଡିଓ

Advertisment
ଅପହଞ୍ଚ ଇଲାକାକୁ ଡଙ୍ଗାରେ ଗଲେ ଖଇରପୁଟ ବିଡିଓ

Sambad

ଖଇରପୁଟ: ଅପହଞ୍ଚ ଇଲାକା ବୋଲି ବରିଷ୍ଠ ଅଧିକାରୀଙ୍କ ପାଦ ପଡୁନଥିଲା। ନଦୀ ପାର ହୋଇ ଯିବାକୁ ପଡୁଥିବା ବେଳେ ଯୋଜନା କିଭଳି ପାଉଛନ୍ତି ଯାଞ୍ଚ ହୋଇପାରୁ ନଥିଲା। ଏନେଇ ଲୋକଙ୍କ ଦୁଃଖ ବୁଝିବା ପାଇଁ ବିଡିଓ ଡଙ୍ଗାରେ ନଦୀ ପାର ହୋଇ ଅପହଞ୍ଚ ଗାଁରେ ପହଞ୍ଚିଛନ୍ତି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବିଡିଓ ହୃଦରଞ୍ଜନ ସାହୁ ଭୋଜଗୁଡା ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବିଷୟରେ ପଚାରିବୁଝିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନଯାୟୀ, ଅପହଞ୍ଚ ଇଲକାରେ ଥିବା ଭୋଜଗୁଡା ଗ୍ରାମରେ ସରକାରୀ ଯୋଜନା କଣ ଆବଶ୍ୟକତା ରହିଛି ଓ ତାହା ଦ୍ବାରା ଲୋକ‌େ କିଭଳି ଉପକୃତ ହେଉଛନ୍ତି ସେ ବିଷୟରେ ଜାଣିବା ପାଇଁ ବିଡିଓ ଏହି ପଦକ୍ଷେପ ନେଇ ବାହାରିଥିଲେ।

publive-image Sambad

ବିଡିଓ ଶ୍ରୀ ସାହୁଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ବେହେରା ଓ ସରକାରୀ ଅଧିକାରୀ ମାନ‌େ ମିଳିତ ଭାବେ ଡଙ୍ଗାରେ ବସି ନଦୀ ପାର ହୋଇ ଭୋଜଗୁଡା ଗ୍ରାମକୁ ଯାଇଥିଲେ। ସେଠାରେ ଅମୃତ ସରୋବର ଯୋଜନାରେ ଖୋଳା ଯାଇଥିବା ପୋଖରୀକୁ ଦେଖିବା ସହ ଲେକାଙ୍କୁ ଦିଆଯାଇିବା ଡଙ୍ଗାର ବ୍ୟବହାର, ବଣ୍ଡା ଉନ୍ନୟନ ସଂସ୍ଥାର କାର୍ଯ୍ୟ, ଭତ୍ତା, ରାସନ ଆଦି ବିଷୟରେ ପଚାରି ବୁଝିଥିଲେ। ଏଥିସହ ସେଠିକାର କିଛି ଲୋକ ମଧ୍ୟ ବିଡିଓଙ୍କୁ ନିଜର ସମସ୍ୟା ବିଷୟରେ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe