ଖମ୍ବେଶ୍ୱରୀ ଠାକୁରାଣୀ ପୀଠରେ ମହାଷ୍ଟମୀ ପୂଜା

Advertisment
ଖମ୍ବେଶ୍ୱରୀ ଠାକୁରାଣୀ ପୀଠରେ ମହାଷ୍ଟମୀ ପୂଜା

ଆସିକା: ଗଂଜାମ ଜିଲ୍ଲା ଆସିକାର ଆରାଧ୍ୟ ଦେବୀ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ମହାଷ୍ଟମୀ ପୂଜା ଅବସରରେ ଦେବୀଙ୍କୁ ମହାଗୌରୀ ରୂପରେ ପୂଜାର୍ଚ୍ଚନା କରାଯାଇଥିଲା। କୋବିଡ଼-୧୯ କଟକଣାକୁ ଆଖି ଆଗରେ ରଖି ଠାକୁରାଣୀଙ୍କ ନବରାତ୍ର ପୂଜା ବିନା ଭକ୍ତରେ ଅନୁଷ୍ଠିତ ହୋଇଛ। ପ୍ରାତଃକାଳରେ ମାଙ୍କ ସେବା ଓ ସହସ୍ରାଚନ ପରେ ବାଳଭୋଗ ଆରତୀ ହୋଇଥିଲା। ଏହା ପରେ ନବଦିନାତ୍ମକ ପୂଜାବିଧି ଅନୁଯାୟୀ ସୂର୍ଯ୍ୟପୂଜା, ଶାଲାପୂଜା, ଘଟପୂଜା, ବାସ୍ତୁ ପୂଜା, ଗ୍ରହମଣ୍ଡଳ ପୂଜା ହୋଇ ସମସ୍ତ ଦେବଦେବୀଙ୍କୁ ଆବାହନ କରାଯାଇଥିଲା। ମଧ୍ୟାହ୍ନରେ ଅନ୍ନଭୋଗ ପରେ ଦେବୀଙ୍କ ପହଡ଼ ହୋଇଥିଲା।

ସନ୍ଧ୍ୟା ଆଳତୀ, ବିଲ୍‌ପତ୍ର ଅର୍ପଣ, ହୋମଯଜ୍ଞ, ଚଣ୍ଡୀ ପାଠ ଅନୁଷ୍ଠିତ ହୋଇଥିଲା ପ୍ରଥମ ଦିବସରେ ଠାକୁରାଣୀଙ୍କ ଶୈଳ ପୁତ୍ରୀ ଦ୍ଵିତୀୟ ଦିନ ବ୍ରହ୍ମ ଚାରିଣୀ ତୃତୀୟ ଦିନ ଚନ୍ଦ୍ର ଘଣ୍ଟା ଚତୁର୍ଥ ଦିନ କୁସ୍ମାଣ୍ଡା ପଞ୍ଚମ ଦିନ ସ୍କନ୍ଦ ମାତା ଷଷ୍ଠ ଦିନ କାର୍ତ୍ୟାୟନି ସପ୍ତମ ଦିନ କାଳ ରାତ୍ରୀ ନବମ ଦିନ ସିଦ୍ଧିଦାତ୍ରୀ ଦଶମ ଦିନ ଅପରାଜିତା ବେଶ ହୋଇ ପୂଜା ପାଆନ୍ତି। ପଣ୍ଡିତ ଭଗବାନ ମିଶ୍ରଙ୍କ ଦ୍ୱାରା ଚଣ୍ଡୀପୂଜା, ପ୍ରଚାରକ ସନ୍ତୋଷ ତ୍ରିପାଠୀ, ଆଚାର୍ଯ୍ୟ ଦାୟିତ୍ୱ ତୁଲାଇଥିଲେ ମହେନ୍ଦ୍ର ଶତପଥୀ। ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ଅଂଚଳର ବିକାଶ ଓ ସମୃଦ୍ଧି ପାଇଁ ଏକ ଅଖଣ୍ଡ ଦୀପ ପ୍ରଜ୍ୱଳିତ ହୋଇଛି। କୋବିଡ଼ କଟକଣା ଯୋଗୁ ଭକ୍ତଶୂନ୍ୟ ପୂଜା ନୀତି ସମ୍ପର୍ଣ୍ଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe