ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କୋଭିଡରେ ମୃତ୍ୟୁ

Advertisment
ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କୋଭିଡରେ ମୃତ୍ୟୁ

ନୂଆପଡା: ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ଆଜି ଭୁବନେଶ୍ୱର ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପ୍ରଫୁଲ୍ଲ କୁମାର ସାହୁ ଖଡ଼ିଆଳ ଠାରେ ନିର୍ବାହୀ ଅଧିକାରୀ ଭାବରେ କାମ କରି ଜଣେ ସଚ୍ଚୋଟ ଯୋଦ୍ଧା ଭାବରେ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ। ଖଡ଼ିଆଳ ଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ନୂଆପଡ଼ା ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାରୁ ଆରୋଗ୍ୟ ହୋଇ ପୁଣି ଖଡ଼ିଆଳ ସରକାରୀ ବାସଭବନକୁ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାରୁ ତାଙ୍କୁ ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭୁବନେଶ୍ୱରସ୍ଥିତ ଆଦିତ୍ୟ କେୟାର କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଭେଣ୍ଟିଲେଟରେ ରହିଥିଲେ।

ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିଥିଲା। ଶେଷରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଜଣେ କରୋନା ଯୋଦ୍ଧା ଭାବରେ ଦାୟିତ୍ୱକୁ ହାର ନ ମାନି ସାହାସିକତାର ପରିଚୟ ଦେଇଛନ୍ତି। ନିଜ ଚାକିରି ଜୀବନ ଅଡିଟର ଭାବରେ ଆରମ୍ଭ କରି ପରେ ନଗର ଉନ୍ନୟନ ବିଭାଗକୁ ଡେପୁଟେସନରେ ଯାଇଥିଲେ। ତାଙ୍କ ଘର ଅନୁଗୁଳରେ। ସେ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ, ଧର୍ମଗଡ଼, ଖଡ଼ିଆଳ ଠାରେ କାମ କରିଛନ୍ତି। ବିଭିନ୍ନ ମହଲରୁ ତାଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe