ଜମି ରେକର୍ଡ ଆଧୁନିକୀକରଣ ପାଇଁ ଭୂ-ସମ୍ମାନରେ ସମ୍ମାନିତ ହେଲା ଖୋର୍ଦ୍ଧା

ଜମି ରେକର୍ଡ ଆଧୁନିକୀକରଣ ପାଇଁ ଭୂ-ସମ୍ମାନରେ ସମ୍ମାନିତ ହେଲା ଖୋର୍ଦ୍ଧା

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଜମି ରେକର୍ଡର ଆଧୁନିକୀକରଣ, ଡିଜିଟାଲକରଣରେ ଉଲ୍ଲେଖନୀୟ ପଦକ୍ଷେପ ଯୋଗୁଁ ଖୋର୍ଦ୍ଧା ଜିଲ୍ଲାକୁ ରାଷ୍ଟ୍ରପତିଙ୍କ ଦ୍ବାରା ଭୂ-ସମ୍ମାନରେ ସମ୍ମାନିତ କରାଯାଇଛି। ଜିଲ୍ଲାର ଜମି ରେକର୍ଡ ଗୁଡ଼ିକର କମ୍ପୁଟରୀକରଣ, ଭୂ-ନକ୍ସାର ଡିଜିଟାଇଜେସନ୍‌, ଖତିୟାନ-ଭୂନକ୍ସା ସଂଯୋଗୀକରଣ, ଜମି ପଞ୍ଜୀକରଣର କମ୍ପୁଟରୀକରଣ, ରାଜସ୍ବ -ଉପନିବନ୍ଧକ କାର୍ଯ୍ୟାଳୟର ଜମି ରେକର୍ଡ ସଂ‌ଯୋଗୀକରଣ, ଆଧୁନିକ ଅଭିଲେଖାଳୟ ପାଇଁ ଖୋର୍ଦ୍ଧାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

୧୮ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ହାତରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ବାଲିଅନ୍ତା ତହସିଲଦାର ବିମଳ କୁମାର ଲେଙ୍କା, ବାଲିପାଟଣା ତହସିଲଦାର ବୁଲବୁଲ ବେହେରା ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe