ପାଇପରୁ ଜଳ ସୁବିଧାରେ ମିଶିଲା ଖୋର୍ଦ୍ଧା

ପାଇପରୁ ଜଳ ସୁବିଧାରେ ମିଶିଲା ଖୋର୍ଦ୍ଧା

Sambad

ଖୋର୍ଦ୍ଧା: ଅନେକ ବର୍ଷ ଧରି ଖୋର୍ଦ୍ଧା ଓ ଜଟଣୀର ଏକାଧିକ ୱାର୍ଡକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ ଦାବି ହୋଇ ଆସୁଥିଲା। ଶେଷରେ ଏହି ଯୋଜନା ଆଜି ସୋମବାର କାର୍ଯ୍ୟକାରୀ ହୋଇଛି। ଖୋର୍ଦ୍ଧା ଓ ଜଟଣୀକୁ ଡ୍ରିଙ୍କ୍‌ ଫ୍ରମ୍‌ ଟେପ୍‌ (ପାଇପ୍‌ରୁ ଜଳ) ସୁବିଧାରେ ଯୋଡ଼ା ଯାଇଛି। ଏହାକୁ ଆଜି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ଲୋକସେବା ଭବନରେ ଭିଡ଼ିଓ କନ୍‌ଫରେନସିଂରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଖୋର୍ଦ୍ଧା ଗୁରୁଜଙ୍ଗ ମେଲଣ ପଡ଼ିଆ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥମିତ୍ର, ପୌର ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ। ପ୍ରତୀକାତ୍ମକ ଭାବେ ଏକ ଟ୍ୟାପ୍‌ରୁ ପାନୀୟ ଜଳ ବାହାର କରି ପ୍ରଦାନ କରାଯାଇଥିଲା।

ଏନେଇ ବିଧାୟକ ଶ୍ରୀ ମିତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ପ୍ରକଳ୍ପକୁ ୱାଟ୍‌କୋ ପରିଚାଳନା କରିବ। ସହରାଞ୍ଚଳରେ ଟ୍ୟାପ୍‌ ଯୋଗେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ କରାଯିବ। ଏହାଦ୍ବାରା ଖୋର୍ଦ୍ଧା ପୌରାଞ୍ଚଳର ୪ଟି ୱାର୍ଡର ୮ ହଜାର ୫୧୭ ଲୋକ ଓ ଜଟଣୀ ପୌରାଞ୍ଚଳର ୩ଟି ୱାର୍ଡର ୧୦ ହଜାର ୮୦୦ ଲୋକ ଉପକୃତ ହେବେ। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ସଫଳତାର ସହକାରେ କାମ କରୁଛି ବୋଲି ଶ୍ରୀମିତ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe