ସମ୍ବାଦ ସାହିତ୍ୟଘର ପାଳିଲା ବିଶ୍ୱ କବିତା ଦିବସ

Advertisment
ସମ୍ବାଦ ସାହିତ୍ୟଘର ପାଳିଲା ବିଶ୍ୱ କବିତା ଦିବସ

ଖୋର୍ଦ୍ଧା: ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ବିଶ୍ୱ କବିତା ଦିବସ ଓ ପଖାଳ ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଅପରାହ୍ଣରେ ସ୍ଥାନୀୟ ବିଡିଏ କଲୋନୀ ସ୍ଥିତ ଗାୟତ୍ରୀ ମନ୍ଦିରରେ ଖୋର୍ଦ୍ଧା ସାହିତ୍ୟଘର ସଭାପତି ସତ୍ୟବାଦୀ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଦୁଇଟି ଚରଣରେ ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ସୁପରିଚିତ ନାଟ୍ୟକାର ବଂଶିଧର ରାଉତ ଓ ବାଲୁଗାଁର ଜଣାଶୁଣା ଔପନ୍ୟାସିକ ତପନ ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟ କବିତା ପାଠ କାର୍ଯ୍ୟକ୍ରମ ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘରର ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜକିଶୋର କେଇ, ଜ୍ୟୋତିପ୍ରଭା ପଟ୍ଟନାୟକ, କୈଳାସଚନ୍ଦ୍ର ପୃଷ୍ଟି, ବାସୁଦେବ ସାହୁ, ଶାନ୍ତିଲତା ଦେବୀ, ବିଳାସିନୀ ଦାଶ, ବୈକୁଣ୍ଠନାଥ ରାଜଗୁରୁ, ବିଦ୍ୟାଧର ଲେଙ୍କା, ପ୍ରଫୁଲ୍ଲ କୁମାର ଦାସ, ସୌଭାଗ୍ୟ କୁମାର କର, ଅନସୂୟା ସାମନ୍ତରାୟ, କବିତା ପଟ୍ଟନାୟକ, ବଂଶିଧର ଦାସ ପ୍ରମୁଖ କବିତାର ମାଧୁର୍ଯ୍ୟ ଓ ପଖାଳର ସଂସ୍କୃତି ଓ ସ୍ୱାଦିଷ୍ଟ ସମ୍ପର୍କରେ ସ୍ୱରଚିତ କବିତା ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାଚକ୍ରରେ ଖୋର୍ଦ୍ଧା ସାହିତ୍ୟଘର ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଉମାଶଙ୍କର ପ୍ରସାଦ, ରାମଶଙ୍କର, ଡ ଶରତଚନ୍ଦ୍ର ମହାପାତ୍ର, ବୈକୁଣ୍ଠ ନାଥ ରାଜଗୁରୁ, ଭୀମସେନ ପ୍ରଧାନ, ଗତିକୃଷ୍ଣ ଉତ୍ତରକବାଟ, ଦୟାନିଧି ସାହୁ, ତୁଷାର ପାଲଟାସିଂହ, ସୁଧୀର ମାନସିହ, ବିଜୟ ଚନ୍ଦ୍ର ମହାପାତ୍ର, ଶିବସୁନ୍ଦର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ହରିଚନ୍ଦନ ପ୍ରମୁଖ ଅଂଶଗ୍ରହଣ କରି ସାଂପ୍ରତିକ ସାମାଜିକ ସମସ୍ୟା ଉପରେ କବିତା ରଚନା କରିବାକୁ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ଜ୍ୟୋତିରଂଜନ ସାହୁ, ଡ ନୀଳାଦ୍ରିନାଥ ଜଗଦେ୍ଦବ ପରିଚାଳନା କରିଥିଲେ । ଖୋର୍ଦ୍ଧା ସାହିତ୍ୟଘରର କୋଷାଧ୍ୟକ୍ଷା ଇତିଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe