ଆଳୁ ଖୋଳୁଖୋଳୁ ମହାଦେବ: ୩ ପେସାଦାର ମୋବାଇଲ ଲୁଟେରା ଗିରଫ

ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ପୁଲିସ ଏକ ପେସାଦାର ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ନିଛାଟିଆ ରାସ୍ତାରେ ଛାତ୍ରଛାତ୍ରୀ, ମହିଳାଙ୍କୁ ଟାର୍ଗେଟ କରି ମୋବାଇଲ, ବ୍ୟାଗ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଯାଉଥିଲେ।

Three accuse arrested in Balipatna.

Three accuse arrested in Balipatna. Photograph: (Sambad )

ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ପୁଲିସ ଏକ ପେସାଦାର ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ନିଛାଟିଆ ରାସ୍ତାରେ ଛାତ୍ରଛାତ୍ରୀ, ମହିଳାଙ୍କୁ ଟାର୍ଗେଟ କରି ମୋବାଇଲ, ବ୍ୟାଗ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଯାଉଥିଲେ। ଗତ ସେପ୍ଟେମ୍ବର ମାସରେ ଶିଶୁ ଅନନ୍ତ ମହାବିଦ୍ୟାଳୟର ଜଣେ ଛାତ୍ରୀ କଲେଜ ଆସୁଥିବା ସମୟରେ ଲୁଟେରାମାନେ ଏକ ପଲସର ବାଇକରେ ପଛପଟୁ ଆସି ତାଙ୍କ ବ୍ୟାଗ ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ।

ଅଭିଯୋଗ ପରେ ବାଲିପାଟଣା ପୁଲିସ ମାମଲା ରୁଜୁ କରି ଖୋଳତାଡ଼ ଜାରି ରଖିଥିଲା। ପ୍ରାୟ ୩ ମାସ ପରେ ଆଜି ୩ ଜଣ ଲୁଟିଆଙ୍କ ଠାରୁ ୧୬ଟି ଦାମୀ ମୋବାଇଲ ଓ ଚୋରିରେ ବ୍ୟବହୃତ ପଲସରକୁ ପୁଲିସ ଜବତ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲଣ କରିଛି। ସେମାନେ ହେଲେ ଜଗସିଂହପୁର ଅଞ୍ଚଳର ଶିବ ପ୍ରସାଦ ନାୟକ (୨୫), ନିଆଳି ଥାନା ପୋଖରୀ ଗାଁର ଚନ୍ଦନ ଜେନା (୨୫) ଏବଂ ଧଉଳି ଥାନା ଲିଙ୍ଗିପୁରର କୈବଲ୍ୟ ବସ୍ତିଆ (୩୧)| 

ପୁଲିସ ସୂଚନା ଅନୁସାରେ ସେପ୍ଟେମ୍ବର ମାସ ୨୮ ତାରିଖ ସକାଳେ ବେଣ୍ଟପୁର ଖରିପଡ଼ିଆର ପୁଷ୍ପଲତା ସାହୁଙ୍କ ଝିଅ ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟକୁ ଆସୁଥିଲେ। ବାଲିପାଟଣା ଥାନା ଠାରୁ ଅଳ୍ପ ଦୂରରେ ଲୁଟେରାମାନେ ଛାତ୍ରୀଙ୍କ ସାଇକେଲ ବାସ୍କେଟରୁ ବ୍ୟାଗ ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ। ପୁଲିସ ଦୀର୍ଘ ପ୍ରାୟ ୩ ମାସ ପରେ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଧିକ ତଦନ୍ତ ପରେ ସେମାନଙ୍କୁ ଠାରୁ ୬ ଟି ସାମସଙ୍ଗ ମୋବାଇଲ, ୩ ଭିଭୋ ମୋବାଇଲ, ୨ଟି ଓପୋ ଫୋନ, ୨ ଟି ଏମ୍ ଆଇ ଫୋନ୍‌, ୧ ରିଅଲମି ଫୋନ୍‌, ୧ ଲେନ୍‌ ଭୋ ଫୋନ୍‌, ଗୋଟିଏ ଆଇଟିଆଲ୍ ଚୋରି ମୋବାଇଲ ଜବତ ହୋଇଛି। ଚୋରି ରେ ବ୍ୟବହୃତ ପଲସର ବାଇକ ନଂ ଓଡି ୩୩ ଏ ଏଲ୍ ୪୨୯୪ କୁ ପୁଲିସ ଜବତ ହୋଇଥିବା ଆଇ ଆଇ ସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି। ବାଲିପାଟଣା ଅଞ୍ଚଳରେ ଚୋରି, ଲୁଟ୍‌, ରାହାଜାନି ବୃଦ୍ଧି ପାଉଥିବା ବେଳେ ପୁଲିସର ବଡ଼ ସଫଳତା ବୋଲି ସାଧାରଣ ରେ ଆଲୋଚନା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe