ଖୋର୍ଦ୍ଧାରେ ୨ ଗୋ-ଚାଲାଣ ଗାଡ଼ି ଜବତ: ୫ ଅଟକ

ବାମନଘାଟୀ ଉପଖଣ୍ଡରେ ଗୋରୁ ମଡ଼କ: ପ୍ରତିଦିନ ୨ରୁ ୩ ଗୋରୁଗାଈଙ୍କ ମୃତ୍ୟୁ, ଚିନ୍ତାରେ ଗୋପାଳକ

The Hans India

ଖୋର୍ଦ୍ଧା: ରବିବାର ଦିନ ସକାଳୁ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ୍ ଏକ ବୋଝେଇ ଗୋରୁ ଚାଲାଣ ଗାଡ଼ି (କଣ୍ଟେନର ) ଜବତ କରିଥିବା ଜଣାଯାଇଛି। ସେହିପରି ଶିଳ୍ପାଞ୍ଚଳ ପୁଲିସ୍ ଏକ ଗୋ- ମାଂସ ଚାଲାଣ ଆଇଚର ଗାଡ଼ି ଜବତ କରିଥିବାର ଖବର ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।

ରବିବାର ଭୋରୁ ପାୟ ୧୮ଟି ଗୋରୁଙ୍କୁ ନେଇ ଏକ କଣ୍ଟେନର ଗାଡ଼ି କଲିକତାରୁ ହାଇଦ୍ରାବାଦ୍ ଅଭିମୁଖେ ଯାଉଥିଲା। ଏହି ସମୟରେ ଗୋ ସୁରକ୍ଷା କର୍ମୀମାନେ ତାକୁ ୧୬ ନମ୍ୱର ଜାତୀୟ ରାଜପଥ ବରୁଣେଇ ନିକଟସ୍ଥ ଏକ ପେଟ୍ରେଲ ପମ୍ପ ନିକଟରୁ ଧରି ପୁଲିସ ଜିମା ଦେଇଥିଲେ। ସେହିପରି ଶିଳ୍ପାଞ୍ଚଳ ପୁଲିସ୍ ହାଇଦ୍ରାବାଦ୍ ଠାରୁ କଲିକତାକୁ ଯାଉଥିବା ଆଇଚର୍ ଗାଡ଼ି ଜବତ କରିଥିଲା। ଉଭୟ ଘଟଣାରେ ପୁଲିସ୍ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।  ଖୋର୍ଦ୍ଧା ବାଟ ଦେଇବହୁ ଗୋ-ଚାଲାଣ ଗାଡ଼ି ଯାଉଥିବା ବେଳେ ଏଥିପ୍ରତି ପୁଲିସ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe