ତିନି ବ୍ରାଉନସୁଗାର ବେପାରୀଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ

ମହଙ୍ଗା ପଡ଼ିଲା ମିଛ କହି ଦ୍ବିତୀୟ ବିବାହ, ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌

LAW-INSIDER

ଭୁବନେଶ୍ବର: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ବତନ୍ତ୍ର ଜଜ୍ ତିନି ବ୍ରାଉନସୁଗାର ବେପାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାଛଡ଼ା ସେମାନଙ୍କଠାରୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ ଲାଗି ବି ନି‌ର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ କ୍ଷେତ୍ରରେ ଆହୁରି ଏକ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ତିନି ଅଭିଯୁକ୍ତ ହେଲେ ଦେବଶିଷ ବେହେରା ଓରଫ ରିଙ୍କୁ, ପ୍ରବୀର କୁମାର ସିଂ ଓରଫ ସିତୁ ଏବଂ ଶେଖ୍ କୌସର ଅଲ୍ଲୀ। ଏମାନଙ୍କ ଘର ବାଲେଶ୍ବର ଜିଲ୍ଲାରେ। ଓଡ଼ିଶାରେ ଏହା ହେଉଛି ପ୍ରଥମ ମାମଲା, ଯେଉଁଥିରେ ଅଭିଯୁକ୍ତମାନେ ୨୦ ବର୍ଷ କାରାଦଣ୍ଡାଦେଶ ପାଇଛନ୍ତି।

ଅଭିଯୁକ୍ତମାନେ ୨୦୨୦ ଜୁନ୍ ୧୯ ତାରିଖରେ ଏକ ବୋଲେରୋ ଗାଡ଼ିରେ ବ୍ରାଉନ୍ ସୁଗାର ଆଣୁଥିବା ବେଳେ ରାଜଧାନୀର ରସୁଲଗଡ଼ ଛକ ନିକଟରେ ଏସପ୍ଲାନେଡ୍ ମଲ୍ ସମ୍ମୁଖରେ ଧରାପଡ଼ିଥିଲେ। ସନ୍ଧାନ ସମୟରେ ଗାଡ଼ିରୁ ପ୍ରଚୁର ପରିମାଣର ବ୍ରାଉନ ସୁଗାର ଜବତ କରାଯାଇଥିଲା, ଯାହାର ଓଜନ ୪ କିଲୋଗ୍ରାମ୍ ୪୫୮ ଗ୍ରାମ ବୋଲି ପରେ ଜଣାପଡ଼ିଥିଲା। ସେମାନଙ୍କଠାରୁ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଉଦ୍ଧାର କରାଯାଇ ଜବତ କରାଯାଇଥିଲା। ସେମାନଙ୍କ ବିରୁଦ୍ଧରେ ଚାର୍ଜ ସିଟ୍ ଦାଖଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe