ବେଗୁନିଆ : ବେଗୁନିଆ ଥାନା ପୁଲିସ ସାନପଦର ପଞ୍ଚାୟତ ରାସୋଳ ଗ୍ରାମରୁ ୩୦୦ ଲିଟର ଦେଶୀ ମଦ ଜବତ କରିଛି। ଗ୍ରାମର କୈଳାସ ପାଇକରାୟ ଦୀର୍ଘ ଦିନ ହେଲା କୁକୁଡ଼ା ଫାର୍ମରେ ଦେଶୀ ମଦ ରଖି ଅବାଧରେ କାରବାର ଚଳାଇଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ବେଗୁନିଆ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଏସ୍ଆଇ ମହେନ୍ଦ୍ର ସେଠୀ ଓ ଦିଲ୍ଲୀପ କୁମାର ସେଠୀ ଆଜି ସଂଧ୍ୟାରେ ସେଠାରେ ଚଢ଼ଉ କରିଥିଲେ। ତେବେ ପୁଲିସର ଚଢ଼ଉ ସଂପର୍କରେ ଆଗୁଆ ଖବର ପାଇ କୈଳାସ ଗିରଫଦାରୀ ଭୟରେ ଫେରାର୍ ହୋଇଯାଇଥିବା ଜଣାଯାଇଛି।
୩୦୦ ଲିଟର ଦେଶୀ ମଦ ଜବତ
Advertisment
Follow Us