ଶିକ୍ଷ‌କ ନେତା ଓ ସାହିତ୍ୟିକ ଅବନୀ ବରାଳଙ୍କ ୭ମ ଶ୍ରାଦ୍ଧ ଉତ୍ସବ ପାଳନ

Advertisment
ଶିକ୍ଷ‌କ ନେତା ଓ ସାହିତ୍ୟିକ ଅବନୀ ବରାଳଙ୍କ ୭ମ ଶ୍ରାଦ୍ଧ ଉତ୍ସବ ପାଳନ

Sambad

ଖୋର୍ଦ୍ଧା: ପ୍ରାଣନାଥ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ବିଶିଷ୍ଟ ଶିକ୍ଷକନେତା ତଥା ଜଣାଶୁଣା ସାହିତ୍ୟିକ ଅବନୀ ବରାଳଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ବୈକୁଣ୍ଠନାଥ ରାଜଗୁରୁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଏହି ଅବସରରେ ଖୋର୍ଦ୍ଧା ଜେଲରୋଡ୍ ସ୍ଥିତ ଅବନୀ ବରାଳ ସ୍ମାରକୀ ପୀଠରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ବରିଷ୍ଠନାଗରିକ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଉକ୍ତ କାର୍ଯ୍ୟରେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,  ଶିକ୍ଷାବିତ୍ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ସତ୍ୟବାଦୀ ବଳିଆରସିଂହ, ଗୋପାଳକୃଷ୍ଣ ଦାଶ, କବି ଜ୍ଞାନରଂଜନ ଦାଶ, ରାମଶଙ୍କର, କିଶୋର ଚନ୍ଦ୍ର ପରମଗୁରୁ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ମିହିର କୁମାର ନାୟକ, ଗୋବିନ୍ଦ ମହାରଣା, ଡ. ପ୍ରଫୁଲ୍ଲ ବିଶ୍ୱାଳ, ଭାଗିରଥୀ ରାଉତରାୟ, ନରେନ୍ଦ୍ର ପୃଷ୍ଟି ପ୍ରମୁଖ ଯୋଗଦେଇ ଶ୍ରୀ ବରାଳଙ୍କ ଶିକ୍ଷାନେତୃତ୍ୱ, ସାହିତ୍ୟସାଧନା ଓ ସଂଗ୍ରାମୀ ମନୋଭାବ ସଂପର୍କରେ ସ୍ମୃତିଚାରଣ କରିଥିଲେ।

ଅବନୀ ବରାଳ ଫାଉଣ୍ଡେସନ ଅଧ୍ୟାପକ ଆଭାସ ବରାଳ, ଆଇନଜୀବୀ ଆକାଶ ବରାଳ, ଶିକ୍ଷା ପ୍ରଶାସିକା ଆହୁତି ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସୁଧାକର ମହାପାତ୍ର, ବିମଳ ଷଡଙ୍ଗୀ, ପ୍ରସନ୍ନ ମହାପାତ୍ର, ଦେବରାଜ ପ୍ରଧାନ, ଯୁଧିଷ୍ଠିର ସାହୁ, ସମରେନ୍ଦ୍ର ବଳିଆରସିଂହ, ଇତିଶ୍ରୀ ସାହୁ, ଜୟନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe