ପଦ୍ମରେ କନ୍ଦଳ ନେଇ ମୁହଁ ଖୋଲିଲେ ଅପରାଜିତା

Advertisment
ପଦ୍ମରେ କନ୍ଦଳ ନେଇ ମୁହଁ ଖୋଲିଲେ ଅପରାଜିତା

ଭୁବନେଶ୍ୱର: ବିଜେପିରେ ଅନ୍ତଃକନ୍ଦଳ ନେଇ ମୁହଁ ଖୋଲିଲେ ସାଂସଦ ଅପରାଜିତା । ସେ କହିଛନ୍ତି ଯେ ପଦ୍ମ ହେଉଛି ତାଙ୍କର ସୁନ୍ଦର ପରିବାର, ତାଙ୍କ ନାଁରେ କିଏ ଏବଂ କ’ଣ ଅଭିଯୋଗ କରିଛି ସେ କିଛି ଜାଣିନାହାଁନ୍ତି | ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ କିଭଳି ଓ କାହିଁକି ଭୁବନେଶ୍ୱର ବିଜେପିରେ ବିବାଦ ବଢ଼ିବାରେ ଲାଗିଛି ସେନେଇ ଲିଖିତ ଭାବେ ଜିଲ୍ଲାର ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାବତ ବିଜେପି ସାଧାରଣ ସମ୍ପାଦକଙ୍କୁ ଜଣାଇଥିଲେ ।

publive-image

ଅପରାଜିତାଙ୍କୁ ନେଇ ବିଜେପିରେ ବିଦ୍ରୋହର ଚିତ୍ର ଗତ ନିର୍ବାଚନୀ ଫଳାଫଳ ପରେ ହିଁ ସାମ୍ନାକୁ ଆସିଥିଲା । ତେଣୁ ଗତ ଜୁନ୍ ମାସରେ ହିଁ ଲେଖାଯାଇଥିବା ଏହି ଅଭିଯୋଗପୂର୍ଣ୍ଣ ଚିଠି ବିଜେପି ଦଳୀୟ ଅନ୍ତର୍କନ୍ଦଳକୁ ପଦାରେ ପକାଇଛି । ବିଜେପିର ନୀତି ଆଦର୍ଶକୁ ଅବମାନନା କରି ଅପରାଜିତା ଦଳକୁ ଅଡୁଆରେ ପକାଉଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଥିଲା ଭୁବନେଶ୍ୱର ଜିଲ୍ଲା ବିଜେପି । ଏପରିକି କିଛି ଅପରାଧିକ ତତ୍ୱାଧୀକାରୀଙ୍କୁ ସାଙ୍ଗ କରି ନିଜ ନାମରେ ‘ଟିମ୍ ଅପରାଜିତା’ ସଂଗଠନ ଗଢ଼ିଛନ୍ତି ବୋଲି ଅଭିଯୋଗ ହୋଇଛି ।

ଏପରିକି ଅନୁଶାସନହୀନ କାର୍ଯ୍ୟକ୍ରମ ଓ ନେତୃତ୍ୱ ବିରୋଧରେ ଷଡ଼ଯନ୍ତ୍ରକୁ ନେଇ ପୂରା ଭୁବନେଶ୍ୱର ଜିଲ୍ଲା ବିଜେପି ତଥା, ଜିଲ୍ଲା ସଭାପତି ହରୋକୃଷ୍ଣ ଖୁଣ୍ଟିଆ, ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ଦିଲ୍ଲୀପ ମହାନ୍ତି, ୩ଜଣ ଜିଲ୍ଲା ସାଧାରଣ ସମ୍ପାଦକ ଏବଂ ଜିଲ୍ଲାର ଉପସଭାପତିଙ୍କ ସହ ବିଭିନ୍ନ ନେତୃଗଣ ଅପରାଜିତାଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଛିଡ଼ା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe