ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା

Advertisment
ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି)କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ପରିଣତ କରାଯିବା ଦାବି କରି ଆଞ୍ଚଳିକ ସ୍ବାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା ଦିଆଯାଇଅଛି।

ଦୀର୍ଘ ୬୦ଦିନ ଧରି ସତ୍ୟାଗ୍ରହ କରିବା ପରେ ଆଜି ୧୦ ତାରିଖ ଠାରୁ ଏହି ବନ୍ଦକୁ ବିଭିନ୍ନ ଗ୍ରାମ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ସହଯୋଗ ମିଳିଛି। ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆଠାରେ ରାସ୍ତା ଅବରୋଧ କରାଯାଇଛି। ଜରୁରୀକାଳୀନ ସେବା ଆମ୍ବୁଲାନ୍ସ, ଅଗ୍ନିଶମ, ଔଷଧ ଦୋକାନ, ମେଡ଼ିକାଲ ଆଦିକୁ ଛାଡି ଅନ୍ୟସବୁକୁ ବନ୍ଦ କରାଯାଇଛି। ଏପରିକି ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ପିକେଟିଂ କରି ବନ୍ଦ କରାଯାଇଛି। କ୍ରିୟାନୁଷ୍ଠାନ କମିଟିର ସଭାପତି ଲାଲା ବୀରେନ ରାୟ, ଶିବ ମୁନୀ, ଆଇନଜୀବୀ ସୁଶାନ୍ତ ରାୟ, ଶିକ୍ଷାବିତ ଭାଗିରଥୀ ପରିଡ଼ା, ଦେବାଶିଷ ସାହୁ ଓ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂହ ପ୍ରମୁଖଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe