ଖୋର୍ଦ୍ଧାରେ ଏସଟିଏଫ୍ ଟିମର ଚଢ଼ାଉ: ୧୦୩୦ ଗ୍ରାମ ବ୍ରାଉନସୁଗାର ଜବତ, ୪ ଗିରଫ

Advertisment
ଖୋର୍ଦ୍ଧାରେ ଏସଟିଏଫ୍ ଟିମର ଚଢ଼ାଉ: ୧୦୩୦ ଗ୍ରାମ ବ୍ରାଉନସୁଗାର ଜବତ, ୪ ଗିରଫ

jagaran.com

ଭୁବନେଶ୍ବର: ଖୋର୍ଦ୍ଧାରେ ଏସଟିଏଫ୍ ଟିମ୍ ଚଢ଼ାଉ କରି ୧୦୩୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଥିବା ଜଣାଯାଇଛି। ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ଖୋର୍ଦ୍ଧାରେ ଏସଟିଏଫ୍ ଟିମ୍ ଚଢ଼ାଉ କରିଥିଲା। ସେଠାରୁ ୧୦୩୦ ଗ୍ରାମ ଓଜନର ବ୍ରାଉନସୁଗାର ସହ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଥିଲା।

ଘଟଣାସ୍ଥଳରୁ ଚାରିଜଣ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ରାକେଶ କୁମାର ବାରିକ, ବିରଞ୍ଚି ନାରାୟଣ ସାହୁ, ଜଗବନ୍ଧୁ ବିଶ୍ବାଳ ଓ ସନ୍ତୋଷ ରାଉତରାୟ। ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ନିଶାଦ୍ରବ୍ୟ ବିରୁଦ୍ଧରେ ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରଖିଛି ଏସଟିଏଫ୍। ୨୦୨୦ ପରଠାରୁ ଏସଟିଏଫ ୫୫ କିଲୋଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର, ହେରୋଇନ୍, ୨୦୨ ଗ୍ରାମ କୋକେନ୍, ୧୧୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜାଇ ଜବତ କରିଥିବା ଜଣାଯାଇଛି। ଠିକ୍ ସେହିପରି ୧୫୬ ଜଣ ବେପାରୀଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe