ଖୋର୍ଦ୍ଧା: ଭଡ଼ା ଘରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଶିଶୁ କନ୍ୟା

Advertisment
ନବରଙ୍ଗପୁର: ଘରେ କେହି ନଥିବାର ସୁଯୋଗ ନେଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ, ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଟାଉନ୍‌ ଥାନା ଅନ୍ତର୍ଗତ ସାମନ୍ତରାପୁର ଠେଙ୍ଗାହାଟ ନିକଟରେ ଥିବା ଏକ ଘର ଭିତରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ରବିବାର ସନ୍ଧ୍ୟାରେ ଉଦ୍ଧାର କରିଛି। କଟକ ଜିଲ୍ଲାର ବାଙ୍କି ଥାନା ଅନ୍ତର୍ଗତ ପଥୁରିପଡ଼ାର ଦମ୍ପତ୍ତି ଏଠି ଭଡ଼ାରେ ରହୁଥିଲେ। ଦୁର୍ଘଟଣାରୁ ୫ ବର୍ଷର ଶିଶୁକନ୍ୟା ବର୍ତ୍ତି ଯାଇଛି। ମିଳିଥିବା ସୂଚନା ଅନୁସାରେ ବାଙ୍କି ଅଞ୍ଚଳର ସୌମ୍ୟକାନ୍ତ ପଟ୍ଟନାୟକ(୩୮) ଓ ତାଙ୍କର ପତ୍ନୀ ସୁଚିସ୍ମିତା ପଟ୍ଟନାୟକ(୩୩) ଏକ ଘରୋଇ କମ୍ପାନିରେ କାମ କରୁଥିଲେ। କମ୍ପାନି ପକ୍ଷରୁ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି କୁହାଯାଉଛି। ଉଭୟ ପତି ପତ୍ନୀ ୨ଟି କଠୋରିରେ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସନ୍ଧ୍ୟାରେ ଘଟଣା ଜଣାପଡ଼ିଥିଲା। ଝିଅ ତା’ର ବଡ଼ ବାପାକୁ ଫୋନ କରିବା ପରେ ସବୁ କଥା ପଦାକୁ ଆସିଥିଲା।

publive-image

ଘଟଣାସ୍ଥଳକୁ ଏସଡିପିଓ ଯୁଗଲକିଶୋର ଦାସ ଓ ଟିମ୍‌ ପହଞ୍ଚି ୨ଟି ମୃତଦେହକୁ ଜବତ କରିଛନ୍ତି। ପୁରୀରୁ ସାଇଣ୍ଟିଫିକ୍‌ ଟିମ୍‌ ସୋମବାର ଆସିବା ପରେ ଘଟଣାର ତଦନ୍ତ ସହିତ ୨ଟି ମୃତଦେହକୁ ପୋଷ୍ଟମର୍ଟମ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe