ପ୍ରେମୀଯୁଗଳଙ୍କ ଗଳିତ ଶବ ଉଦ୍ଧାର, ଘରୁ ଫେରାର ଥିଲେ ଉଭୟେ

ପ୍ରେମୀଯୁଗଳଙ୍କ ଗଳିତ ଶବ ଉଦ୍ଧାର, ଘରୁ ଫେରାର ଥିଲେ ଉଭୟେ

kalinga Tv

ବେଗୁନିଆ: ବେଗୁନିଆ ଥାନା ଗଡମାଣତୀର ନିକଟସ୍ଥ ଅଠାରଙ୍ଗ ହଡାନଈରୁ ଆଜି ପୁଲିସ ପ୍ରେମୀଯୁଗଳଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ପଠାଇଛି। ଅଠରାଙ୍ଗ ଗ୍ରାମର ଜଣେ ପୁଅ ସହ ଜଣେ ଝିଅ ଚଳିତ ମାସ ୧୧ତାରିଖରୁ ଘରୁ ଫେରାର ହୋଇଯାଇଥିବାବେଳେ ପୁଅ ଘର ଲୋକେ ନିଖୋଜ ଥିବାର ବେଗୁନିଆ ଥାନାରେ ଚଳିତ ମାସ ୧୩ ତାରିଖରେ ଅଭିଯୋଗ କରିଥିଲେ। ପରିବାର ଲୋକମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ସମୟରେ ସମ୍ପୃକ୍ତ ଗ୍ରାମର ଜଣେ ବ୍ୟକ୍ତି ଗାଈ ଚରାଇବାକୁ ନେଇ ଯାଇଥିବାବେଳେ ଉଭୟଙ୍କର ଗଳିତ ଶବକୁ ଦେଖି ଗ୍ରାମରେ ଆସି କହିଥିଲେ।

ଗ୍ରାମବାସୀ ଘଟଣାସ୍ଥଳରେ ଗହଳି ଜମାଇଥିବାବେଳେ ଗଡମାଣତିର ବିଟ ହାଉସ ଅଧିକାରୀ ସରୋଜକୁମାର ସେନାପତି , ବେଗୁନିଆ ପୁଲିସ ଏବଂ ଖୋର୍ଦ୍ଧା ଏସ ଡି ପି ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।। ଶବ ଦୁଇଟି ପଚି ଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ। କିନ୍ତୁ ଉଭୟ ଫେରାର ଥିବା ଯୋଗୁଁ ଶବ ଦୁଇଟି ସେମାନଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଡି ଏନ ଏ ପରୀକ୍ଷା ପରେ ଶବ କାହାର ତାହା ଜଣା ପଡିବ ବୋଲି ପୁଲିସ କହିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ବ କରିଛି। ଆଜି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe