ଡମଣଭୂଇଁ କାଜୁ ଜଙ୍ଗଲରେ ଦନ୍ତା ହାତୀର ମୃତଦେହ ଠାବ

ଯୁବକଙ୍କୁ ଦଳିଦେଲା ଦନ୍ତା

ଖୋର୍ଦ୍ଧା: ଟାଙ୍ଗି ରେଞ୍ଜ ଡମଣଭୂଇଁ କାଜୁ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ଡ଼ମଣଭୂଇଁ ର କାଜୁ ଜଙ୍ଗଲରେ ଏହି ଦନ୍ତାଟି ମୃତ ଅବସ୍ଥାରେ ପଡ଼ିରହିଥିବାର ସ୍ଥାନୀୟ ଲୋକେ ଆଜି ବଡ଼ିଭୋରୁ ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରେ ବିଭାଗୀୟ ଟିମ୍ ପହଞ୍ଚି ତଦନ୍ତ କରୁଛି।

ମୃତ୍ୟୁର କାରଣ ଜାଣିବା ପାଇଁ ମେଡିକାଲ ଟିମକୁ ଟାଙ୍ଗିରୁ ଆଣୁଥିବା ଟାଙ୍ଗି ରେଞ୍ଜ ରେଞ୍ଜର ସୂଚନା ଦେଇଛନ୍ତି। ମେଡିକାଲ ଟିମ ଆସି ମୃତ୍ୟୁର କାରଣ ଯାଞ୍ଚ କରିବ। ଯଦିଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ହାତୀ ଚଳପ୍ରଚଳ କରନ୍ତି, ତଥାପି ଏତେ ବଡ଼ ଦନ୍ତାର ମୃତ୍ୟୁ କିପରି ହେଲା ତାହା ତଦନ୍ତ ସାପେକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe