ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ଜିନ୍ଦଲରେ ଟ୍ରେଲର ଡ୍ରାଇଭରଙ୍କ ଆକସ୍ମିକ ମୃତ୍ୟୁ 

bbc

ଭୁବନେଶ୍ୱର: ରାଜଧାନୀର ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି | ଉଭୟ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି | ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳୁଛି। ଦମ୍ପତ୍ତିଙ୍କ ଘର କଟକ କନ୍ଦରପୁରରେ ହୋଇଥିବାବେଳେ ଉଭୟ ସହିଦନଗର ଶାନ୍ତିପଲି ଅଞ୍ଚଳରେ ରହୁଥିଲେ |

ରାଜମିସ୍ତ୍ରୀ ଭାବେ ସ୍ୱାମୀ ଜଣକ କାମ କରୁଥିବାବେଳେ ଗତକାଲି ରାତିରେ ଘରେ ଝଗଡା ହୋଇଥିବା ପଡୋଶୀ କହିଛନ୍ତି। ଝଗଡା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ରେଳଧାରଣାରେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି | ଏବେ ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ କରୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe