ନିରାକାରପୁର: ଆଜି ଲେଣ୍ଡୋ ପଞ୍ଚାୟତ ଯାଜପୁରସ୍ଥିତ ମା"ତୋଟାଭଗବତୀଙ୍କ ପୀଠରେ ଥିବା ଆମ୍ବତୋଟାର ଏକ ଆମ୍ବ ଗଛ ଡାଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ନିରାକାରପୁର ପୁଲିସ ଉଦ୍ଧାର କରିଛି | ଅନୁରୂପଭାବେ ସନ୍ନିକଟରୁ ମୃତ ଯୁବକର ବ୍ୟବହୃତ ଓଡି - ୦୨ -ଡବ୍ଲୁ -୬୩୯୯ ନମ୍ବର ବିଶିଷ୍ଟ ନାଲି ରଙ୍ଗର ଏକ ଗ୍ଲାମର ବାଇକକୁ ମଧ୍ୟ ପୁଲିସ ଜବତ କରିଛି | ମୃତ ବ୍ୟକ୍ତି ଜଣକ ହେଲେ ଜଙ୍କିଆଥାନା ଓରବରସିଂହ ପଞ୍ଚାୟତ ଅଧିନସ୍ଥ କୃଷ୍ଣପୁର ଗ୍ରାମର ନିରଞ୍ଜନ ସେଠୀଙ୍କ ବଡ଼ ପୁଅ ସନ୍ତୋଷ କୁମାର ସେଠୀ ଓରଫ ଚନ୍ଦନ (୧୭)ବୋଲି ଜଣା ଯାଇଛି |
କୌଣସି ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା | ଅନୁରୂପଭାବେ ଖୋର୍ଦ୍ଧାରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରି ଫେରିଥିବା ଜଣାଯାଇଛି | ନିରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ ମୋ ପୁଅର ଆଜି ବିଟେକ ଆଡମିସନ ହେବାର ଥିଲା | ଆଜି ଶ୍ରାଦ୍ଧରେ ମୁଁ ବ୍ୟସ୍ତ ଥିବାରୁ ତାକୁ ମୁଁ ଏଟିଏମ ଦେଇ ଟଙ୍କା କାଢି ଆଣିବାକୁ ନିରାକାରପୁର ପଠାଇଥିଲି | ତାର ଫେରିବାରେ ଡେରି ହେବାରୁ ମୁଁ ବାରମ୍ବାର ତାକୁ କଲ କରିଥିଲି |
ହେଲେ ମୋବାଇଲ ରିଙ୍ଗ ହେଉଥିଲେ ସୁଦ୍ଧା ସେ ଉଠାଇ ନଥିଲା | ତେବେ କିଛି ସମୟ ପରେ ଆମ ପଡୋଶୀଙ୍କ ଝିଅ ମୋତେ ତାର ଝୁଲନ୍ତା ମୃତଦେହକୁ ମୋବାଇଲରେ ଦେଖାଇଥିଲା | ତାର ବେକରେ ଏକ ଲୁଗା ଧଡିରେ ଗଛ ଡାଳରେ ଝୁଲି ଥିବାବେଳେ ତାର ୨ଗୋଡ଼ ଭୂମିରେ ଲାଗିଥିବାରୁ ମୋ ପୁଅକୁ କେହି ମାରି ଗଛ ଡାଳରେ ଟାଙ୍ଗୀ ଦେଇଥିବା ନେଇ ମୃତକର ବାପା ନିରଞ୍ଜନ ସେଠୀ ତାଙ୍କ ଏତଲାରେ ନିରାକାରପୁର ଥାନାରେ ଅଭିଯୋଗ କରିଛନ୍ତି |
ଏହାର ନିରପେକ୍ଷ ତଦନ୍ତ ମଧ୍ୟ ସେ ଦାବି କରିଛନ୍ତି |ଘଟଣାସ୍ଥଳରୁ ପୁଲିସ ମୃତକର ଶବ ବ୍ୟବଚ୍ଛେଦ ନିମନ୍ତେ ଅପରାହ୍ନରେ ଖୋର୍ଦ୍ଧା ସରକାରୀ ହସ୍ପିଟାଲକୁ ପଠାଇ ଥିବା ଜଣାଯାଇଛି |ପୁଲିସ ପକ୍ଷରୁ ଏନେଇ ୨୫୪/୨୪ରେ ଏକ ମାମଲା ରୁଜୁ ହୋଇଛି | ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିରାକାରପୁର ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ସୂଚନା ଦେଇଛନ୍ତି |
Follow Us