ପୁଣି ସାମ୍ନାକୁ ଆସିଲା ଯୌତୁକ ଜନିତ ବଧୂ ହତ୍ୟା

Advertisment
ପୁଣି ସାମ୍ନାକୁ ଆସିଲା ଯୌତୁକ ଜନିତ ବଧୂ ହତ୍ୟା

ବେଗୁନିଆ: ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ବଡ଼ଚଣା ପଞ୍ଚାୟତସ୍ଥିତ ଗୋବିନ୍ଦପୁର ଗ୍ରାମରେ ଏକ ଯୌତୁକ ଜନିତ ବଧୂ ହତ୍ୟା ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ବାଙ୍କୀ ଉପଖଣ୍ଡସ୍ଥ ବରପୁଟ ଗ୍ରାମର ମନମୋହନ ଖଟୁଆଙ୍କ ଝିଅ ଅନ୍ନପୂର୍ଣ୍ଣା(୨୫)। ଅନ୍ନପୂର୍ଣ୍ଣା ଗତ ଦୁଇ ବର୍ଷ ତଳେ ଗୋବିନ୍ଦପୁର ଗ୍ରାମର ଶଙ୍କର ଜେନାଙ୍କ ପୁଅ ସୁଦର୍ଶନଙ୍କୁ ବିବାହ କରିଥିଲେ।

ଗତ କାଲି ରାତିରେ ଅନ୍ନପୂର୍ଣ୍ଣାଙ୍କୁ ତାଙ୍କ ଶଶୁରଘର ଲୋକ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଅନ୍ନପୂର୍ଣ୍ଣାଙ୍କ ବାପା ମନମୋହନ ଆଜି ସକାଳେ ଝିଅର ଶଶୁର ଘର ଲୋକଙ୍କ ବିରୋଧରେ ବେଗୁନିଆ ଥାନାରେ ଏକ ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ ଆଣିଛନ୍ତି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରି ପୁଲିସ୍‌ ଶରୀର ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍‌ ଅନ୍ନପୂର୍ଣ୍ଣାଙ୍କ ସ୍ୱାମୀ ଓ ଶଶୁରଙ୍କୁ ଅଟକ ରଖି ପଚରାଉଚରା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe