ଜଟଣୀ: ସାନଭାଇର ବୋମାମାଡ଼ରେ ବଡ଼ଭାଇ ମୃତ, ପୁତୁରା ଗୁରୁତର

Advertisment

ଜଣେ ଗିରଫ, ଅନ୍ୟ ଜଣେ ଫେରାର

ଜଣେ ଗିରଫ, ଅନ୍ୟ ଜଣେ ଫେରାର

ଜଟଣୀ: ସାନଭାଇର ବୋମାମାଡ଼ରେ ବଡ଼ଭାଇ ମୃତ, ପୁତୁରା ଗୁରୁତର

ଜଟଣୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ବୋମାମାଡ଼ ଘଟଣା ଘଟିଛି। ହରିରାଜପୁର ଫାଣ୍ଡି ଅନ୍ତର୍ଗତ ବାଛରା ଗାଁରେ ଘଟିଥିବା ଏହି ଘଟଣାରେ ସାନଭାଇର ଶିକାର ହୋଇଛନ୍ତି ବଡ଼ଭାଇ। ମିଳିଥିବା ସୂଚନା ଅନୁସାରେ ଜମି ବାଡ଼ିକୁ କେନ୍ଦ୍ର କରି ପୂର୍ବ ଶତ୍ରୁତା ଯୋଗୁଁ ଗଙ୍ଗାଧର ସେଠୀ(୬୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପାଣ୍ଡବ ସେଠୀ(୫୦)ଙ୍କ ଆକ୍ରମଣରୁ ବଞ୍ଚି ଯାଇଛନ୍ତି ପୁତୁରା ସଞ୍ଜୟ ସେଠୀ। ସଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଜମିବାଡ଼ିକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ବହୁ ବର୍ଷ ହେଲା ବିବାଦ ଲାଗି ଆସିଥିଲା। ଏହି ଘଟଣା ଆଜି ସନ୍ଧ୍ୟାରେ ଉଗ୍ର ରୂପ ନେଇଥିଲା। ଆକ୍ରମଣ ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ପାଣ୍ଡବ ସେଠୀ ଓ ବଂଶୀଧର ସେଠୀ ଘର ଭିତରକୁ ପ୍ରବେଶ କରି ଆକ୍ରମଣ କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ପାଣ୍ଡବ ଫେରାର ହୋଇଯାଇଛି। ପୁଲିସ ବଂଶୀଧରକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe