ବନମାଳୀପୁର ବଜାରରେ ବୁଲିଲା ବୁଲଡୋଜର: ଉଚ୍ଛେଦ କାର୍ଯ୍ୟ ଜାରି

Advertisment
ବନମାଳୀପୁର ବଜାରରେ ବୁଲିଲା ବୁଲଡୋଜର: ଉଚ୍ଛେଦ କାର୍ଯ୍ୟ ଜାରି

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧୀନ ବନମାଳୀପୁର ବଜାରରୁ ଜବରଦଖଲ ମୁକ୍ତ କାର୍ଯ୍ୟ ଜାରି ରହିଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏହି ଉଚ୍ଛେଦ କାର୍ଯ୍ୟ ହେଉଛି। ସ୍ଥାନୀୟ ପ୍ରଶାସନ ତତ୍ତ୍ୱାବଧାନରେ ଆଜି ପୂର୍ବାହ୍ନ ୧୧ ଟାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ , ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ, ରାଜସ୍ୱ ନିରୀକ୍ଷକ ଓ ବାଲିପାଟଣା ଥାନା ଏବଂ ବନମାଳିପୁର ଫାଣ୍ଡି ପୁଲିସ ଉପସ୍ଥିତିରେ ବଜାର ଭଙ୍ଗା ହେଉଛି।

ଅଠାନ୍ତର ନିଆଳି ରାସ୍ତାକୁ ମାଡ଼ି ଅନେକ ଦୋକାନ ଘର ବେଆଇନ ଭାବେ ସରକାରୀ ଜାଗା ଅକ୍ତିଆର କରି ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ଘର ନିର୍ମାଣ କରିଥିଲେ। ଯାହା ଫଳରେ ଅନେକ ସମୟରେ ବଜାରରେ ଅସମ୍ଭାଳ ଭିଡ଼ ହେବା ସହ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ବଜାର କମିଟି ଓ ସ୍ଥାନୀୟ ଲୋକେ ଉଚ୍ଛେଦ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରୁଛନ୍ତି। ହଜାର ହଜାର ଦେଖଣାହାରି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଶାନ୍ତିଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe