ଡାକ୍ତର ବିମଳ ରଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

Advertisment

ଡାକ୍ତର ବିମଳ ରଥ ବାସ୍ତବରେ ଜଣେ ଭଗବତଅଂଶୀ ଥିଲେ : ସୌମ୍ୟ ରଂଜନ ପଟ୍ଟନାୟକ

ଡାକ୍ତର ବିମଳ ରଥ ବାସ୍ତବରେ ଜଣେ ଭଗବତଅଂଶୀ ଥିଲେ : ସୌମ୍ୟ ରଂଜନ ପଟ୍ଟନାୟକ

ଡାକ୍ତର ବିମଳ ରଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଖୋର୍ଦ୍ଧା : ଆଜି କାଲି ଦୁନିଆରେ ଭଲ ଲୋକ ମିଳିବା କଷ୍ଟକର ବୋଲି ଲୋକେ କୁହନ୍ତି । କିନ୍ତୁ ଡାକ୍ତର ବିମଳ ରଥଙ୍କୁ ଭେଟିବା ପରେ ଯେ କେହି ମଧ୍ୟ ଏହା ଭୁଲ ବୋଲି ମନେ କରିବ । ସ୍ୱର୍ଗତ ବିମଳ ରଥ ନିଜ ଜୀବନକାଳ ମଧ୍ୟରେ କ୍ୱଚିତ କାହା ଉପରେ ରାଗିବା, କୌଣସି କଥାରେ ଅହଂକାର କରିବା, କୌଣସି ସ୍ୱାର୍ଥ କିମ୍ବା ଉଦେ୍ଦଶ୍ୟ ରଖି ସେବା କରିବା ଦେଖାଯାଏ । କୌଣସି ଭଗବତ୍ ଅଂଶୀ ହିଁ ଏଭଳି ମଣିଷ ହୋଇପାରିବ ବୋଲି ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଜଣାଶୁଣା ସମାଜସେବୀ ଡାକ୍ତର ବିମଳ ରଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଇ ଏହା କହିଛନ୍ତି ।

ଦିବଂଗତ ଡାକ୍ତର ରଥଙ୍କ ସ୍ମୃତିଚାରଣ କରି ସେ କହିଥିଲେ ଯେ ତାଙ୍କର ସାମ୍ବାଦିକତା ଓ ରାଜନୈତିକ ଜୀବନରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ମିଳିଛି, କିନ୍ତୁ ବିମଳ ରଥଙ୍କ ସଂସ୍ପର୍ଶରେ ଆସି ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ଖୋର୍ଦ୍ଧାରେ ସମ୍ବାଦ-ଆମ ଓଡ଼ିଶାର କାର୍ଯ୍ୟକ୍ରମ ଏବଂ ଏଥିରେ ଡାକ୍ତର ରଥଙ୍କ ସହଯୋଗ ସମ୍ପର୍କରେ ଆଲୋଚନା କରି ସେ କହିଥିଲେ ଯେ ଯେତେବେଳେ ସେ ଏହି ଅଂଚଳରେ କିଛି ନୂଆ କରିବାକୁ ଚାହୁଁଥିଲେ ସେତେବେଳେ ସ୍ପତଃସ୍ପୂର୍ତ୍ତ ଭାବେ ଡାକ୍ତର ବିମଳଙ୍କ କଥା ହିଁ ମନେପଡ଼େ ।

ଡା ବିମଳ ରଥ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଐତିହାସିକ ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ । ଏଥିରେ ଯୋଗ ଦେଇ ସ୍ୱର୍ଗତ ରଥଙ୍କ ସହଧର୍ମିଣୀ କବିତାରାଣୀ ମିଶ୍ର କହିଥିଲେ ଯେ, ଜୀବନରେ ଯେତେ ଝଡ଼ଝଂଜା ଆସୁ ପଛେ କେବେ ହାରିନଯିବା ପାଇଁ ସ୍ୱର୍ଗତ ରଥ ସର୍ବଦା ପରାମର୍ଶ ଦେଉଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଦେବେନ୍ଦ୍ର ଶତପଥି ପ୍ରମୁଖ ଡାକ୍ତର ରଥଙ୍କ ନିସ୍ୱାର୍ଥପର କର୍ମମୟ ଜୀବନ ଓ ଖୋର୍ଦ୍ଧାର ବିକାଶ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଡାକ୍ତର ରଥଙ୍କ ଏକ ପ୍ରତିମୂର୍ତି ସ୍ଥାପନ, ଖୋର୍ଦ୍ଧା ସହରର ଏକ ସଡ଼କକୁ ବିମଳ ରଥଙ୍କ ନାମରେ ନାମିତ କରିବା ସହ ବରୁଣେଇ ଠାରେ ଏକ ବିଜ୍ଞାନ ପାର୍କକୁ ତାଙ୍କରି ନାମରେ ନାମକରଣ ଆଦି ନିମନ୍ତେ ସଭାରେ ମତ ପ୍ରକାଶ ପାଇଥିଲା । ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ ପୂର୍ବରୁ ବିମଳ ରଥଙ୍କ ସ୍ମୃତି ବଜାୟ ରଖିବାକୁ ପ୍ରସ୍ତାବିତ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରିବାକୁ ଅତିଥିମାନେ ପ୍ରତିଶ୍ରୁତି ଦେଇଥିଲେ ।

publive-image

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୂଳପତି କ୍ଷୀରୋଦ ମହାନ୍ତି, ଖୋର୍ଦ୍ଧା ଓକିଲ ସଂଘର ଅଧ୍ୟକ୍ଷ ଶିଶିର ପରିଡ଼ା, ରାମଚନ୍ଦ୍ର ପାଲଟାସିଂହ, ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର, ଦେବପ୍ରସାଦ ମଜୁମଦାର, ଶିକ୍ଷାବିତ୍ ଭୀମସେନ ପ୍ରଧାନ, ଦେଶବଂଧୁ ମିଶ୍ର, କାଳିଚରଣ ଜୟସିଂହ, ରତ୍ନାକର ରଣସିଂହ, କୃଷ୍ଣଚନ୍ଦ୍ର ରଣସିଂହ, ଗୁରୁଚରଣ ପଟ୍ଟନାୟକ, ଜ୍ଞାନରଂଜନ ଦାଶ, ସୁରଥ ଦେବତା, ଟୁଲୁ ପାତ୍୍ର, ଗୋବିନ୍ଦ ମହାରଣା, ଜଗନ୍ନାଥ ସାହୁ, ଡ. ଦେବେନ୍ଦ୍ରନାଥ ମାନସିଂହ, ଅଶୋକ ରାୟସିଂହ, ମହମ୍ମଦ କେଫାତୁଲ୍ଲା, ଶାହାଜାହାନ ଖାଁ ପ୍ରମୁଖଙ୍କ ସହ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଡାକ୍ତର ରଥଙ୍କୁ ଶ୍ରଦ୍ଧାଂଜଳି ଦେଇଥିଲେ । ଖୋର୍ଦ୍ଧା ନାଗରିକ ମଂଚର ସଂପାଦକ ସଂଜୟ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ପୂର୍ବତନ ସରପଂଚ ପ୍ରକାଶ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ସ୍ୱର୍ଗତ ରଥଙ୍କ ସ୍ୱର୍ଗତ ରଥଙ୍କ ବଡ଼ ଜ୍ୱାଇଁ ଇଂ ଅରୁଣ ମିଶ୍ର, ବଡ଼ ଝିଅ ସ୍ମୃତି ରଥ, ସାନ ଝିଅ ଅପରାଜିତା ରଥ, ନାତୁଣୀ ଆର୍ଯ୍ୟା ମିଶ୍ର, ନାତି ଅଂଶୁଲ କାମାକ୍ଷା ନନ୍ଦ, ସମରେନ୍ଦ୍ର ବଳିଆରସିଂହ, ପ୍ରଦୀପ ଦାସ, ଅଧ୍ୟାପକ ଗଦାଧର ରଥ, ଇତିଶ୍ରୀ ସାହୁ, ପ୍ଲାବନ ପଟ୍ଟନାୟକ, ଅମିତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe