ଜଟଣୀ ଗଣେଶ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ଜଟଣୀ ଗଣେଶ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ଜଟଣୀ :  ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ମହୋତ୍ସବର ଆଜିଥିଲା ଦ୍ୱିତୀୟ ସନ୍ଧ୍ୟାରେ ଅନୁକୂଳ ପାଗ ଯୋଗୁଁ ପୂଜା ମଣ୍ଡପରେ ଭିଡ଼ ଜମିଥିଲା। ଭୁବନେଶ୍ୱର ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି, ଡିସିପି ଅନୁପ କୁମାର ସାହୁ, ଜୋନ୍‌-୩ ଏସିବି ପ୍ରାଣକୃଷ୍ଣ ରାଉତ ଏବଂ ଆଇଆଇସି ବିଶ୍ୱରଞ୍ଜନ ସାହୁ ପ୍ରମୁଖ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଜଟଣୀ ଉଚ୍ଚ ବିଦ୍ୟାଳୟ ଶରତ ପାଇକରାୟ ଷ୍ଟାଡିୟମ୍‌ରେ କଳିଙ୍ଗ ଯୁବ ପରିଷଦ ପକ୍ଷରୁ ଆୟୋଜିତ ଗଣେଶ ମହୋତ୍ସବରେ ସ୍ଥାନୀୟ ନୃତ୍ୟଶ୍ରୀର  ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଶ୍ରୀଦୁର୍ଗା ମଙ୍ଗଳାଚରଣ ନୃତ୍ୟରେ ଝୁମିଥିଲେ ଦର୍ଶକ। ସେହପରି ବିଶ୍ୱରୂପାର ଶିଳ୍ପୀମାନେ ପରିବେଷଣ କରିଥିବା ସମ୍ବଲପୁରୀ ଲାକନୃତ୍ୟ ବିଳମ୍ବିତ ରାତିଯାଏ ମଞ୍ଚ ନିକଟରେ ଦର୍ଶକଙ୍କୁ ବାନ୍ଧିରଖିଥିଲା। ଆଜି ଅତିଥିଭାବେ ହାସ୍ୟ ଅଭିନେତା ଜୀବନ ପଣ୍ଡା, ମଧୁମିତା ପଣ୍ଡା, ପ୍ରୀତିଛନ୍ଦା ଧଳ, ପ୍ରଶାସକ ଧରଣୀଧର ନନ୍ଦ, ସାଧୁ ଚିନ୍ତାମଣି ଦାସ, ବୃନ୍ଦାବନ ପଣ୍ଡା ଏବଂ ସୁରଜ ପାଇକରାୟ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି କାଯ୍ୟର୍କ୍ରମକୁ ସଭାପତି ରବିନାରାୟଣ ଦାଶ, ସମ୍ପାଦକ ସମୀର ଜେନା ଏବଂ ସାଂସ୍କୃତିକ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ ଏବଂ ପ୍ରତାପ ସ୍ୱାଇଁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe