୩ ଲକ୍ଷର ଲୁଟ୍ ଅଳଙ୍କାର ସହ ନଗଦ ଲକ୍ଷାଧିକ ଟଙ୍କା ଜବତ : ୪ ମହିଳା ସମେତ ୫ ଗିରଫ

Advertisment
୩ ଲକ୍ଷର ଲୁଟ୍ ଅଳଙ୍କାର ସହ ନଗଦ ଲକ୍ଷାଧିକ ଟଙ୍କା ଜବତ : ୪ ମହିଳା ସମେତ ୫ ଗିରଫ

ବାଲୁଗାଁ : ବାଲୁଗାଁ ପାଟଣା ରେଡ଼ିକା ସାହିର ପବିତ୍ର ତରାଇଙ୍କ ପତ୍ନୀ ପୁଷ୍ପଲତାଙ୍କ ଘରୁ ଗତ ୩୦ତାରିଖ ପୂର୍ବାହ୍ଣ ୧୧ଟାରେ ଲୁଟ୍ ହୋଇଥିବା ଦେଢ଼ ଲକ୍ଷ ଟଙ୍କା ଏବଂ ୩ ଲକ୍ଷ ଟଙ୍କାର ଅଳଙ୍କାରକୁ ପୁଲିସ ଉଦ୍ଧାର କରିବା ସହ ୪ ଜଣ ମହିଳା ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲୁଗାଁ ଗୋପବନ୍ଧୁ ନଗରର ବିଶୁ ମହାରଣାଙ୍କ ପତ୍ନୀ ଟିକିନା(୩୦), ବ୍ରଜ କିଶୋର ସାହୁଙ୍କ ପତ୍ନୀ ଅମୂଲୀ(୪୦), କାଇଁଚପୁର ସାହିର ସ୍ବର୍ଗତ ମୁରଲୀ ପ୍ରଧାନଙ୍କ ପତ୍ନୀ ଅନ୍ନପୂର୍ଣ୍ଣା(୫୦), ଦୀନବନ୍ଧୁ ବେହେରାଙ୍କ ପୁଅ ଦିବ୍ୟଲୋଚନ(୫୦) ଏବଂ ପାଟଣା ରେଡ଼ିକା ସାହିର ନାରାୟଣ ମହାରଣାଙ୍କ ଝିଅ କୁନ୍ତୀ(୪୫)।

ସୂଚନାନୁଯାୟୀ, ଘଟଣା ଦିନ ବାଲୁଗାଁ ପାଟଣା ରେଡ଼ିକା ସାହିର ପୁଷ୍ପଲତାଙ୍କ ଘରକୁ ଟିକିନା ଓ ଅମୂଲୀ ଶାଗ ପାଇଁ ଯାଇଥିଲେ। ପୁଷ୍ପଲତା ଶାଗ ଆଣିବା ପାଇଁ ଅମୂଲୀକୁ ଧରି ବାଡ଼ିପଟକୁ ଯାଇଥିଲେ। ଏହି ସମୟରେ ଟିକିନା ପୁଷ୍ପଲତାଙ୍କ ଘରର ଖଟ ତଳେ ଲୁଚି ଯାଇଥିଲେ। ଶାଗ ତୋଳି ସାରିବା ପରେ ପୁଷ୍ପଲତା ବାଡ଼ିପଟ କବାଟ ଦେଇ ସାରି ଅମୂଲୀ ସହ ଘର ବାହାରକୁ ବାହାରି ନିକଟରେ ଥିବା ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ। ଏହି ସମୟରେ ଟିକିନା ଘରେ ଥିବା ଆଲମାରିରୁ ନଗଦ ଦେଢ଼ ଲକ୍ଷ ଟଙ୍କା ସହ ୧୫ଟି ସୁନା ମୁଦି, ହାର, ଚେନ୍, ୪ ହଳ କାନ ଫୁଲ, ୨ ହଳ ନାକଫୁଲ, ୨୦ ହଳ ରୁପା ପାଉଁଜି, ୨ଟି ବ୍ରେସଲେଟ୍ ଏବଂ ୬ ଟି ରୁପା ମୁଦି ଲୁଟି ବାଡ଼ିପଟ କବାଟ ଖୋଲି ଚାଲି ଯାଇଥିଲା। ପଷ୍ପଲତା ଘରକୁ ଆସି ସୁନାରୁପା ଆଦି ଲୁଟ ହୋଇଥିବା ଜାଣିପାରି ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ। ଏସ୍‌ଡିପିଓ ସୁବାସ ଚନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶରେ ଏସ୍ଆଇ ଗଣେଶ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଦଳ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୁଷ୍ପଲତାଙ୍କ ଘର ନିକଟ ରବି ସୁବୁଦ୍ଧିଙ୍କ ସିସିଟିଭି ଫୁଟେଜ୍ ଆଧାରରେ ଲୁଟିଆମାନେ ଧରାପଡ଼ିଥିଲେ। ମୁଖ୍ୟ ଅଭିଯୁକ୍ତା ଟିକିନା ଗିରଫ ପରେ ଲୁଟ୍ ସାମଗ୍ରୀଗୁଡ଼ିକୁ ଅମୂଲୀ, ଅନ୍ନପୂର୍ଣ୍ଣା, ଦିବ୍ୟଲୋଚନ ଓ କୁନ୍ତୀଙ୍କ ମଧ୍ୟରେ ବାଣ୍ଟିଥିବା ସେ କହିଥିଲା ା ପୁଲିସ୍ ଅଭିଯୁକ୍ତମାନଙ୍କୁ ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ୍ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ପଠାଇଦିଆଯାଇଛି`।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe