ସାମାନ୍ୟ ବଚସାକୁ ନେଇ ଆକ୍ରମଣ; ଆଇସିୟୁରେ ଜୀବନ ସହ ଲଢୁଛନ୍ତି ଛାତ୍ର

ସାମାନ୍ୟ ବଚସାକୁ ନେଇ ଆକ୍ରମଣ; ଆଇସିୟୁରେ ଜୀବନ ସହ ଲଢୁଛନ୍ତି ଛାତ୍ର

ବାଲିପାଟଣା: ବାଲିପାଟଣା ଥାନା ଅଧୀନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ ନେଇ ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ଜଣକ ଆକ୍ରମଣର ଶିକାର ହୋଇ ଗୁରୁତର ହେବା ପ‌ରେ ଡାକ୍ତରଖାନା‌ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଛି।

ସୂଚନାରୁ ଜାଣିବାକୁ ମିଳିଛି ଯେ ବାଲିପାଟଣା ଜୟଦେବ ସ୍କୁଲର ଛାତ୍ର ବିଶ୍ୱରଞ୍ଜନ ସ୍କୁଲକୁ ପରୀକ୍ଷା ଦେବାକୁ ଯାଉଥିଲେ। ରାସ୍ତାରେ କିଛି ଜଣ ମିଶି କମେଣ୍ଟ୍‌ ମରାକୁ ନେଇ ପାଟିତୁଣ୍ଡ କରୁଥିଲେ। ତାହାକୁ ପ୍ରତିବାଦ କରିଥିଲେ ବିଶ୍ବରଞ୍ଜନ। ବିଶ୍ୱରଞ୍ଜନ ସେମାନଙ୍କୁ ପ୍ରତିରୋଧ କରିବା ସହ ପ୍ରତିବାଦ କରିଥିଲେ। ଯାହା ଫଳରେ କିଛି ପିଲା ତାଙ୍କୁ ଧମକ ଚମକ ଦେଇ ଛାଡି ଦେଇଥିଲେ।

ହେଲେ ସେ ସଂଧ୍ୟାରେ ପରୀକ୍ଷାରୁ ଫେରିବା ବାଟରେ ତାଙ୍କୁ ଅଟକାଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସେ ସେଠାରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ତାପରେ ମାରଧର କରୁଥିବା ପିଲାମାନେ ତାଙ୍କୁ ସେଠାରେ ଛାଡ଼ି ଚାଲି ଯାଇଥିଲେ। ତାଙ୍କର ମାଟ୍ରିକ ସମେଟିଭ ପରୀକ୍ଷା ଚାଲିଥିବା ବେଳେ ଆଜି ସେ ପରୀକ୍ଷା ଦେବାକୁ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ଉତ୍ତେଜନା ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe