Illigal Bike Parking: ନିରାକାରପୁରରେ ବେଆଇନ ବାଇକ ପାର୍କିଂ ଯୋଗୁଁ ରେଳ ଯାତ୍ରୀ ହଟହଟା

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳଷ୍ଟେସନର ୪ନମ୍ବର ପ୍ଲାଟଫର୍ମର ମୁଖ୍ୟ ଫାଟକଟି ଗତକିଛି ଦିନ ଧରି ବେଆଇନ ପାର୍କିଂସ୍ଥଳୀ ପାଲଟିଛି। ଅନୁରୂପଭାବେ ଦୀପାବଳି ପର୍ବ ଥିବାରୁ ସନ୍ଧ୍ୟାରେ ବ୍ୟାପକ ଭିଡ଼ ଦେଖିବାକୁ ମିଳିଥିଲା।

Nirakarapur

Nirakarapur Railway station bike parking. Photograph: (sambad.in)

ନିରାକାରପୁର (ଉମେଶ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳଷ୍ଟେସନର ୪ନମ୍ବର ପ୍ଲାଟଫର୍ମର ମୁଖ୍ୟ ଫାଟକଟି ଗତକିଛି ଦିନ ଧରି ବେଆଇନ ପାର୍କିଂସ୍ଥଳୀ ପାଲଟିଛି। ଅନୁରୂପଭାବେ ଦୀପାବଳି ପର୍ବ ଥିବାରୁ ସନ୍ଧ୍ୟାରେ ବ୍ୟାପକ ଭିଡ଼ ଦେଖିବାକୁ ମିଳିଥିଲା। କିଏ ସମ୍ପର୍କୀୟଙ୍କୁ ଟ୍ରେନକୁ ଛାଡିବାକୁ ଆସି ଘଣ୍ଟା ଘଣ୍ଟା ଏଠାରେ ବାଇକ ଅଥବା ଅନ୍ୟାନ୍ୟ ଯାନ ରଖି ଯାଉଥିବା ବେଳେ ଆଉ କେତେକ ସମ୍ପର୍କୀୟଙ୍କୁ ଆଣିବା ଉଦେଶ୍ୟରେ ଆସି ବାଇକ ରଖି ଭିଡ଼ ଜମାଉଛନ୍ତି।

ଆଉକେତେକ ବିନା କାରଣରେ ଆସି ଏଠାରେ ଦିନ ତମାମ ବାଇକ ରଖି ଆଡ୍ଡା ଜମାଉଛନ୍ତି। ଏଭଳି ବିଭିନ୍ନ କାରଣରୁ ମୁଖ୍ୟ ଫାଟକଟି  ବେଆଇନ ବାଇକ ପାର୍କିଂରେ ଯାତ୍ରୀଙ୍କ ଯା ଆସ ରାସ୍ତାକୁ ଅବରୋଧ କରୁଛନ୍ତି। ଫଳରେ ଟ୍ରେନରୁ ଓଲ୍ହାଉଥିବା ଏପରିକି ଟ୍ରେନକୁ ଯିବାକୁ ଥିବା ବରିଷ୍ଠ ନାଗରିକଙ୍କ ସମେତ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଦୈନିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଏଠାରେ ବିଭାଗ ପକ୍ଷରୁ ପାର୍କିଂଟି କୌଣସି କାରଣରୁ ଉଠିଯିବା ପରେ ଉକ୍ତ ସ୍ଥାନଟି ଏକ ପ୍ରକାର ଲଗାମ ଛଡା ହୋଇପଡିଛି।

ସନ୍ନିକଟରେ ରେଳବାଇ ପୁଲିସ ଫାଣ୍ଡି ଓ ରେଳ ସୁରକ୍ଷାବଳର ଆଉଟ ପୋଷ୍ଟରେ କର୍ମଚାରୀ ଥିଲେ ସୁଦ୍ଧା ଏଥିପ୍ରତି ସେମାନଙ୍କ ଦୃଷ୍ଟି ନପଡିବା ବିଡମ୍ବନାର ବିଷୟ। ଫଳରେ ଏଭଳି ଅସୁବିଧା ନିମନ୍ତେ ଦୈନିକ ରେଳଯାତ୍ରୀମାନେ ଉକ୍ତ ସ୍ଥାନ ଅତିକ୍ରମ କଲାବେଳେ ନାକେଦମ ହେଉଥିବା କେତେକ ରେଳଯାତ୍ରୀ ଅଭିଯୋଗ କରିଛନ୍ତି। ଅସୁବିଧା ସତ୍ୱେ ସ୍ଥାନୀୟ ଲୋକଙ୍କୁ ଭୟକରି ପାଟି ଫିଟାଉ ନଥିବା କେତେକ ଦୈନିକ ରେଳଯାତ୍ରୀ ନିଜର ନାମକୁ ଗୋପନ ରଖି ଅଭିଯୋଗ କରିଛନ୍ତି।

ରେଳବିଭାଗ ଉଚ୍ଚକର୍ତ୍ତୃପକ୍ଷ ଓ ରେଳ ବିଭାଗ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟକି, ଖୋର୍ଦ୍ଧା ପୂର୍ବତଟ ରେଳବାଇର ନିରାକାରପୁର ଏକ ପ୍ରମୁଖ ରେଳଷ୍ଟେସନ। ଏଠାରେ ସମସ୍ତ ପାସେଞ୍ଜର ଟ୍ରେନଠାରୁ ଆରମ୍ଭକରି ପ୍ରଶାନ୍ତି, ହୀରାଖଣ୍ଡ, ତପସ୍ୱିନୀ, ଇଷ୍ଟକୋଷ୍ଟ ଆଦି ଭଳି ଦ୍ରୁତଗାମୀ ଟ୍ରେନର ରହଣି ଅଛି।  

 Khordha | Indian Railways

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe