କାମଧେନୁ ହିତାଧିକାରୀଙ୍କୁ ଉପେକ୍ଷା: ସହଯୋଗ କରୁନି ସେବା ସମବାୟ ସମିତି, ଚିନ୍ତାରେ ଲୋକେ

Advertisment
New Project (7)

ନିରକାରପୁର(ଉମେଶ ଚନ୍ଦ୍ର ପଟ୍ଟନାୟକ): ନିମ୍ନ ସ୍ତରରେ ବସବାସ କରୁଥିବା ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲକ୍ଷରେ ଗୋପାଳନ (ଜିପିଆଇ) ଯୋଜନାରେ ସୋସାଇଟି ସହାୟତାରେ ଋଣମାନ ଯୋଗାଇ ଦିଆଯାଉଛି । ହେଲେ ସୋସାଇଟିର ଟାଳଟୁଳ ନୀତି ଯୋଗୁଁ ହିତାଧିକାରୀମାନେ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତ ଅଧିନସ୍ଥ ନିମେଇପୁରର ୪ ନମ୍ବର ୱାର୍ଡରେ ଵାସ କରୁଥିବା ଗୋପାଳକ ପରିବାର କ୍ଷେତ୍ରରେ । 

ଗୋପାଳକ ଶ୍ରୀକାନ୍ତ ଜେନାଙ୍କ ଅଭିଯୋଗ ଅନୁଯାୟୀ ସେ ଚଳିତବର୍ଷ ମାର୍ଚ୍ଚ ୧୭ ତାରିଖରେ  ନିଜ ଧର୍ମପତ୍ନୀ ଚିନ୍ମୟୀ ଜେନାଙ୍କ ନାମରେ ଗୋପାଳନ ଯୋଜନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟରେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଭିତ୍ତିକରି ଚିଠି ନଂ -ଏଏଚଭି /୨୦୨୫/୦୩/୦୦୮୫୩୮୫୧ -୧୭୪୮ରେ ବିଭାଗକୁ ଏଥିପ୍ରତି ଦୃଷ୍ଟି ଦିଆଯିବା ନିମନ୍ତେ ନିର୍ଦ୍ଦେଶ ରହିଥିଲା । ଏପରିକି ବିଭାଗୀୟ ପ୍ରଶାସନ ପକ୍ଷରୁ ୬ ମାସ ମଧ୍ୟରେ ହିତାଧିକାରୀଙ୍କୁ ଋଣ ଦେବାକୁ କୁହା ଯାଇଥିଲା। ହେଲେ ଇତି ମଧ୍ୟରେ ୭ ମାସ ପୂରିବାକୁ ବସିଥିଲେ ସୁଦ୍ଧା ବିଭିନ୍ନ ଆଳ ଦେଖାଇ ଓଳସିଂହ ସେବା ସମବାୟ ସମିତି, ଛଣଗିରି ନା ଗନ୍ଧ ଧରୁନଥିବା ସେ ଅଭିଯୋଗ କରିଛନ୍ତି । 

ସେହିପରି ଆବେଦନକାରୀ ମଧୁସ୍ମିତା ମହାନ୍ତିଙ୍କ ସ୍ୱାମୀ ବିଚିତ୍ର ମୋହନ ମହାନ୍ତିଙ୍କ କହିବା କଥା ଋଣ ହେବାର ଦିନ ପରେ ଦିନ ଗଡ଼ିବା ପରେ ଆମେ ବାରମ୍ବାର ବିଭାଗ ପାଖକୁ ଧାଇଁବା ପରେ ବିଭାଗ ପକ୍ଷରୁ ଖୋର୍ଦ୍ଧା ସେଣ୍ଟ୍ରାଲ କୋ ଅପ ବ୍ୟାଙ୍କ ଲିଃରେ ଖାତା ଖୋଲିବା ପାଇଁ କୁହାଗଲା। ଆମେ ମଧ୍ୟ ୧ ହଜାର ଟଙ୍କା ଜମା ଦେଇ ଖାତା ଖୋଲିଲୁ ହେଲେ ଫଳ ଶୂନ୍ୟ । ଏନେଇ ବାରମ୍ବାର ଖୋର୍ଦ୍ଧା ମୁଖ୍ୟ ପଶୁ କାର୍ଯ୍ୟାଳୟ, ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ଏପରିକି ଟାଙ୍ଗୀ ବ୍ଲକ  ସମବାୟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟକୁ ଯାଇ ଶାଖା ପରିଚାଳକଙ୍କୁ ଭେଟିବା ପରେ ମଧ୍ୟ କେହି ଆମ ଗୁହାରୀ ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗୋପାଳକ ଶ୍ରୀକାନ୍ତ ଜେନା । 

ପରିସ୍ଥିତି ଏଭଳି ଯେ ଗୁହାଳ ଖଣ୍ଡିଏ ଅଭାବରୁ କିଏ ଗାଈଗୋରୁ ସବୁଙ୍କୁ  ଖୋଲା ଆକାଶ ତଳେ ବାନ୍ଧି ରଖୁଥିବା ବେଳେ କେତେକ ଗୋପାଳକ ଅର୍ଥ ଅଭାବରୁ ସ୍ୱଳ୍ପ ଅର୍ଥରେ ପଲିଥିନ ଜରିପାଲ ଟାଣି ଅତି ବିପଦ ସଂକୁଳ ଅବସ୍ଥାରେ ରଖୁଥିବା ବିନୋଦିନୀ ପାତ୍ର, ଲକ୍ଷ୍ମୀ ବେହେରା ପ୍ରମୁଖ ଗୋ ପାଳକ ଅଭିଯୋଗ କରିଛନ୍ତି। ତେବେ ଋଣ କଣ ପାଇଁ ଆବେଦନକାରୀଙ୍କୁ ଦିଆଯାଉ ନାହିଁ ବୋଲି ଓଳସିଂହ ସେବା ସମବାୟ ସମିତି, ଛଣଗିରିର ସମ୍ପାଦକ ରଘୁନାଥ ବସନ୍ତରାଙ୍କୁ ପଚାରିବାରେ ଆବେଦନ କାରୀମାନେ ଉପଯୁକ୍ତ କାଗଜପତ୍ର ଦାଖଲ କରିନଥିବାରୁ ବିଳମ୍ବ ହୋଇଥିବା ସଫେଇ ଦେଇଥିଲେ।ତେବେ ଆବଶ୍ୟକତା ଦୃଷ୍ଟିରୁ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆବେଦନ କାରୀଙ୍କୁ ଏହି ଯୋଜନା ଯୋଗାଇ ଦେବାକୁ ଗୋପାଳକ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe