ଭୁବନେଶ୍ବର: ରେଳଷ୍ଟେସନରେ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଅନଧିକୃତ ବିକ୍ରେତାମାନଙ୍କୁ ଚିହ୍ନଟ କରିବା ପାଇଁ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଏକ ଅନନ୍ୟ ବ୍ୟବସ୍ଥା ପ୍ରାରମ୍ଭ କରିଛି। ସମସ୍ତ ପ୍ରାଧିକୃତ ବିକ୍ରେତାଙ୍କୁ କ୍ୟୁ ଆର୍ କୋଡ୍ ସହିତ ପରିଚୟପତ୍ର ପ୍ରଦାନ କରାଯାଇଛି, ଯାହା ଭେଣ୍ଡରର ସମସ୍ତ ସୂଚନା ପ୍ରଦର୍ଶିତ କରିଥାଏ |
ଏହି କୋଡ୍ ଆପ୍ ଡାଉନଲୋଡ୍ କରି ଟ୍ରେନ ଟିକେଟ ନିରୀକ୍ଷକ ମାନେ ବିକ୍ରେତାଙ୍କ ବୈଧତା ଏବଂ ସତ୍ୟତା ଯାଞ୍ଚ କରିପାରିବେ। ଏହା ଷ୍ଟେସନ ପ୍ଲାଟଫର୍ମରେ ଅନଧିକୃତ ଭେଣ୍ଡିଂ ମୂଳପୋଛ କରିବାରେ ଏବଂ ପ୍ରାଧିକୃତ ବିକ୍ରେତାଙ୍କ ଦ୍ୱାରା ଯାତ୍ରୀଙ୍କୁ ଦିଆଯାଉଥିବା ଗୁଣାତ୍ମକ ଖାଦ୍ୟ ନିଶ୍ଚିତ କରିବାରେ ସାହାଯ୍ୟ କରିବ।
Follow Us