ଶିକ୍ଷୟିତ୍ରୀଙ୍କୁ ନିର୍ମମ ହତ୍ୟା, ଗହୀର ଜମିରୁ ଗଳିତ ଶବ ଉଦ୍ଧାର

Advertisment
ଶିକ୍ଷୟିତ୍ରୀଙ୍କୁ ନିର୍ମମ ହତ୍ୟା, ଗହୀର ଜମିରୁ ଗଳିତ ଶବ ଉଦ୍ଧାର

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ପୋଖରିଆ ପଞ୍ଚାୟତର ବୋଡ଼ଙ୍ଗରା ନିକଟରେ ଗୁରୁବାର ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଦିବାସୀ ସାହିର ଅନତିଦୂରରେ ଥିବା ବେଙ୍ଗଳା ଗହୀର ଜମିରୁ ନୂଆଗଡ଼ ପଞ୍ଚାୟତ ଅଧିନସ୍ଥ ଉଗ୍ରତାରା ଏମ୍‌ଇ ସ୍କୁଲର ଶିକ୍ଷୟିତ୍ରୀଙ୍କ ଅଞ୍ଜଳି ଦେହୁରୀ(୨୫)ଙ୍କର ମୃତଦେହ କୁ ପୁଲିସ ଉଦ୍ଧାର କରିଛି। ଅଞ୍ଜଳି ୩ ବର୍ଷ ହେବ ଚାକିରି କରୁଥିଲେ।

ସୂଚନା ମିଳିବା ପରେ ଖୋର୍ଦ୍ଧା ଏସ୍‌ପି ଓ ନିରାକାରପୁର ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe