ବାଲିପାଟଣା (ବସନ୍ତ ଦାଶ):ଖୋର୍ଦ୍ଧାଜିଲ୍ଲା ବାଲିପାଟଣା ତହସିଲ ଅଧୀନ ଆମଣାକୁଦ ପଞ୍ଚାୟତ ମାଣିକପୁର ଗ୍ରାମରେ ଆଜି ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସେହି ଗ୍ରାମର ବିପିନ ସେଠୀଙ୍କ ଦୋକାନ ଘରକୁ ଉଚ୍ଛେଦ ପାଇଁ ଯାଇଥିବା ତହସିଲ ଟିମ ଯାଇଥିଲେ। କିନ୍ତୁ ଅଧିକାରୀଙ୍କ ସାମ୍ନାରେ ବିପିନି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ବିପିନି ପ୍ରଶାସନ ଉପସ୍ଥିତିରେ ଦାନାଦର ଭଳି ମାରାତ୍ମକ କୀଟନାଶକ ଖାଇ ଗୁରୁତର ହୋଇଛନ୍ତି। ଫଳରେ ଉଛେଦ କାର୍ଯ୍ୟ ସ୍ଥଗିତ ରହିଛି। ତହସିଲ ଟିମ ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଉଛେଦ କାର୍ଯ୍ୟ ରାଜନୈତିକ ଆକ୍ରୋଶରୁ କରା ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
#କୀଟନାଶକ_ଖାଇଦେଲେ_ବ୍ୟବସାୟୀ
— Sambad (ସମ୍ବାଦ) (@sambad_odisha) February 26, 2026
-ଦୋକାନ ଘର ଉଛେଦ ବେଳେ କୀଟନାଶକ ଖାଇଦେଲେ ବ୍ୟବସାୟୀ
-ପ୍ରଶାସନ ସାମ୍ନାରେ ନେଲେ ବଡ଼ ଭୁଲ ପଦକ୍ଷେପ
-ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଅଘଟଣ
-ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର#Sambad#Shopkipper#Poision#Cuttack#Odishapic.twitter.com/jPti0jud4J
ସୂଚନା ମୁତାବକ ବିପିନି ଗାଁ ନିକଟରେ ଥିବା ଏକ ସରକାରୀ ଜାଗାରେ ଦୀର୍ଘ ୩ ଦଶନ୍ଧି ହେଲା ଘର ତୋଳି ଦୋକାନ କରିଥିଲେ। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଗୁଜୁରାଣ ମେଣ୍ଟି ଯାଉଥିଲା। ସ୍ଥାନୀୟ ଲୋକେ ସରକାରୀ ଜାଗା ଜବରଦଖଲ ହୋଇଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ତହସିଲ ପ୍ରଶାସନ ତରଫରୁ ତଦନ୍ତ ପରେ ଜବରଦଖଲକାରୀଙ୍କୁ ଉଛେଦ ପାଇଁ ବାରମ୍ବାର ନୋଟିସ ଜାରି କରାଯାଇଥିଲା।
ଆହୁରି ପଢ଼ନ୍ତୁ: Mahaprabhu's land: ମହାପ୍ରଭୁଙ୍କ ୮୦୦ ଏକର ଜମି ଖାଇଗଲେ!: ଜମି ଜବରଦଖଲରେ ଗଞ୍ଜାମ ରାଜ୍ୟରେ ତୃତୀୟ
ଆଜି ପୂର୍ବାହ୍ନରେ ବାଲିପାଟଣା ତହସିଲଦାର ଓ ଟିମ୍ ଯାଇ ମାଣିକପୁରରେ ପହଁଞ୍ଚି ଥିଲେ। ଜେସିବି ସାହାଯ୍ୟରେ ଉଛେଦ ପାଇଁ ଯୋଜନା କରାଯାଇଥିଲା। ଉକ୍ତ ଗ୍ରାମରେ ଥିବା ଅନ୍ୟ ସରକାରୀ ଜମିରେ ମାଳ ମାଳ ନିର୍ମାଣ କାର୍ଯ୍ୟ ହୋଇଥିବା ବିପିନି ଦାବି କରିଥିଲେ। ଅଥଚ ଉଦେଶ୍ୟ ମୂଳକ ଭାବେ ତାଙ୍କ ଦୋକାନ ଉଛେଦ ପାଇଁ ଯୋଜନା ହୋଇଥିବା କହିଥିଲେ। ଏହି ସମୟରେ ମାନସିକ ଭାରସାମ୍ୟ ହରାଇ ବିପିନି ଆତ୍ମହତ୍ୟା ଉଦ୍ୟମ କରି କୀଟ ନାଶକ ଔଷଧ ପିଇଦେଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆ ଯାଇଥିଲା । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/26/untitled-30jpg-2026-02-26-19-09-51.jpeg)