ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବାଲିଆ ଗାଁର ୫ଟି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ବାଲିଆ ଗାଁରେ ଥିବାବାଲୁଙ୍କେଶ୍ବର, ଗାଦିଶ୍ବର, ବୃନ୍ଦାବନ ଚନ୍ଦ୍ରଦେବ ମନ୍ଦିର, ମା ମଙ୍ଗଳା ଓ ମା ପାର୍ବତୀଙ୍କ ମନ୍ଦିରରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଦାନବାକ୍ସ ଲୁଟି ନେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଆଜି ସକାଳେ ମନ୍ଦିରର ପୂଜକମାନେ ଏହା ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ଥାନାକୁ ସୂଚନା ଦେଇଥିଲେ। ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଆଗରୁ ମନ୍ଦିରରୁ ଏଭଳି ଚୋରି କେବେ ହେବାର ନଜିର ନଥିବା କୁହାଯାଉଛି।
Follow Us