ସହଯୋଗୀ ଗୁଳିରେ ଲୁଟେରା ଆହତ

Advertisment

ଲୁଟ୍‌ ବେଳେ ଗୁଳିକାଣ୍ଡ

ଲୁଟ୍‌ ବେଳେ ଗୁଳିକାଣ୍ଡ

ସହଯୋଗୀ ଗୁଳିରେ ଲୁଟେରା ଆହତ

ଖୋର୍ଧା: ୧୬ ନମ୍ବର ଜାତୀୟ ରାଜପଥର ତାପଙ୍ଗ ଛକ ନିକଟରେ ଥୁଆ ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ଲୁଟ୍‌ ଉଦ୍ୟମ କଲା ବେଳେ ସହଯୋଗୀର ଲକ୍ଷ୍ୟଭ୍ରଷ୍ଟ ଗୁଳିରେ ଜଣେ ଲୁଟେରା ଗୁରୁତର ଆହତ ହୋଇଛି। ସେ ହେଲା, ବେଗୁନିଆ ଥାନା ଅନ୍ତର୍ଗତ ଜାମୁସାହି ଗ୍ରାମର ସୁମିତ୍‌ ଜେନା (୨୦)। ତା’ ଛାତିରେ ଗୋଟିଏ ଗୁଳି ବାଜିଛି। ତାକୁ ପ୍ରଥମେ ଖୋର୍ଧା ହସ୍ପିଟାଲରେ ଭର୍ତି କରାଯାଇଥିଲା। କିନ୍ତୁ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଖୋର୍ଧା ସଦର ଥାନା ପୁଲିସ ଏନେଇ ନମ୍ବର ୮/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଗୁଳିକାଣ୍ଡ ପରେ ସୁମିତ୍‌ର ଅନ୍ୟ ୨ସହଯୋଗୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ସେମାନଙ୍କୁ ମଧ୍ୟରୁ ଜଣଙ୍କ ନାମ ନଣ୍ଡା ରାଉତରାୟ ବୋଲି ପୁଲିସ ଜାଣିବାକୁ ପାଇଛି। ସେମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଲୁଟେରାମାନେ ବ୍ୟବହାର କରୁଥିବା ଏକ ବାଇକ୍‌କୁ ପୁଲିସ ଜବତ କରିଛି।

ମିଳିଥିବା ସୂଚନାରୁ ପ୍ରକାଶ, ୧୬ ନଂ ଜାତୀୟ ରାଜପଥର ତାପଙ୍ଗ ଛକ ନିକଟରେ ଗତ ୭ ତାରିଖ ରାତିରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଏହି ଟ୍ରକ୍‌କୁ ସଦର ଥାନାର ୨ଜଣ ହୋମଗାର୍ଡ ଜଗି ରହିଥିଲେ। ସୋମବାର ବିଳମ୍ବିତ ରାତିରେ ତିନିଜଣ ଯୁବକ ଏକ ବାଇକ୍‌ (ଓଆର୍‌-୦୨-ଏସି-୩୫୯୭)ରେ ଆସି ଉକ୍ତ ଟ୍ରକ୍‌ରୁ ଲୁଟ୍‌ କରିବାକୁ ଉଦ୍ୟମ କରିବା ବେଳେ ହୋମ୍‌ଗାର୍ଡଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଲୁଟେରାମାନେ ହୋମ୍‌ଗାର୍ଡଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିମଧ୍ୟରୁ ଗୋଟିଏ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ଲୁଟେରା ସୁମିତ୍‌ର ଛାତିରେ ବାଜିଥିଲା। ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ବାଇକ୍‌ ଛାଡ଼ି ଲୁଟେରାମାନେ ପଳାଉଥିବା ବେଳେ ସୁମିତ କିଛି ବାଟ ଯିବା ପରେ ରାସ୍ତାରେ ପଡ଼ି ଯାଇଥିଲା। ପୁଲିସର ଏକ ପାଟ୍ରୋଲିଂ ଭ୍ୟାନ୍‌ ସୁମିତକୁ ଉଦ୍ଧାର କରି ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe